• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ ପରେ Paytm ସେୟାରଗୁଡିକ ଖରାପ ସ୍ଥିତିରେ ରହିଛି । ପେଟିଏମ୍ ସେୟାରଗୁଡିକ ଏପର୍ଯ୍ୟନ୍ତ ସର୍ବୋଚ୍ଚ ମୂଲ୍ୟରୁ ୫୫ ପ୍ରତିଶତ ହ୍ରାସ ପାଇସାରିଛି । RBIର କାର୍ଯ୍ୟାନୁଷ୍ଠାନ ପରେ, ପେଟିଏମ୍ ସେୟାରଗୁଡିକର ମୂଲ୍ୟ କ୍ରମାଗତ ଭାବେ ଖସିବାରେ ଲାଗିଛି । ବୁଧବାର Paytm ସେୟାର ୯ ପ୍ରତିଶତ ହ୍ରାସ ପାଇ ୩୪୪.୪୦ ଟଙ୍କାରେ ପହଞ୍ଚିଛି ।

'Do Paytm' ଉପରେ RBIର କଟକଣା ପରେ ପ୍ୟାରେଣ୍ଟ୍ କମ୍ପାନୀ One97 କମ୍ୟୁନିକେସନ୍‌ର ସମସ୍ୟା ବଢ଼ିବାରେ ଲାଗିଛି । କୌଣସି ମତେ ଏହା ସମାଧାନ ହେବାର ନାଁ ଧରୁନି । Paytm ପେମେଣ୍ଟ ବ୍ୟାଙ୍କ ଉପରେ RBI କାର୍ଯ୍ୟାନୁଷ୍ଠାନ ପରେ Paytm ସେୟାର କ୍ରମାଗତ ଭାବେ ହ୍ରାସ ପାଉଛି । ବୁଧବାର ମଧ୍ୟ Paytm ସେୟାର ୯ ପ୍ରତିଶତ ହ୍ରାସ ପାଇଛି । ଯଦି ଆମେ ଗତ ୧୦ ଦିନର ପେଟିଏମ୍‌ ସ୍ଥିତିକୁ ଅନୁଶୀଳନ କରିବା ତେବେ ଏହା ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଛି । ସେୟାର ମୂଲ୍ୟ ହ୍ରାସ ହେବା ପରେ ୧୦ ଦିନ ମଧ୍ୟରେ ନିବେଶକମାନେ ୨୬ ହଜାର କୋଟି ଟଙ୍କା ହରାଇଛନ୍ତି ।

୧୦ ଦିନରେ ୨୬ ହଜାର କୋଟି କ୍ଷତି !

ଜାନୁଆରୀ ୩୧ରେ କମ୍ପାନୀର ମାର୍କେଟ କ୍ୟାପ୍ ୪୮ହଜାର ୩୩୪.୭୧ କୋଟି ଟଙ୍କା ରହିଥିଲା, ଏହାପରେ କମ୍ପାନୀର ସେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଲା । କ୍ରମାଗତ ହ୍ରାସ ପରେ କମ୍ପାନୀର ବଜାର କ୍ୟାପ୍ ବର୍ତ୍ତମାନ ୨୧ ହଜାର ୮୭୪.୪୮ କୋଟିରେ ପହଞ୍ଚିଛି । ଏହାର ଅର୍ଥ ହେଉଛି କମ୍ପାନୀ ୧୦ ଦିନରେ ୨୬ ହଜାର କୋଟି ଟଙ୍କା କ୍ଷତି ସହିଛି । RBIର ବାରମ୍ବାର ଚାବୁକ୍ ମାଡ଼ ଯୋଗୁଁ Paytmର ଏଭଳି ଅବସ୍ଥା ହୋଇଛି ।

Paytm Payments Bankକୁ RBIରୁ ମିଳୁନି ଆଶ୍ୱସ୍ତି

RBIର କାର୍ଯ୍ୟାନୁଷ୍ଠାନ ପରେ, Paytm ପାଇଁ ସବୁ ଦିଗରୁ ଝଟ୍‌କା ଲାଗୁଛି । ବିଦେଶୀ ବ୍ରୋକ୍‌ରେଜ୍‌ ଫାର୍ମ ମ୍ୟାକ୍ୱାରି Paytmର ସେୟାରକୁ ଡାଉନଗ୍ରେଡ୍ କରିଛି । ମ୍ୟାକ୍ୱାରି Paytm ସେୟାରଗୁଡିକୁ ଏକ 'ଅଣ୍ଡର ପରଫରମାନ୍ସ' ରେଟିଂ ପ୍ରଦାନ କରିଥିଲା । ଯାହାଫଳରେ ସେୟାର ଭାଲ୍ୟୁର ହ୍ରାସ ପାଇଥିଲା । ଏମିତିକି କମ୍ପାନୀର ସେୟାରଗୁଡିକର ଟାର୍ଗେଟ୍‌ ପ୍ରାଇସ୍‌ ୨୭୫ ଟଙ୍କାକୁ ହ୍ରାସ କରିଦେଇଥିଲା । ବ୍ରୋକିଂ ଫାର୍ମ Paytm ସେୟାରର ଟାର୍ଗେଟ୍‌ ପ୍ରାଇସ୍‌କୁ ୫୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରି ଦେଇଛି । ଅନ୍ୟପଟେ RBI ମଧ୍ୟ ନିଜ ନିଷ୍ପତ୍ତିର ପୁନଃ ସମୀକ୍ଷା କରିବାକୁ ମନା କରିଦେଇଛି । ଯାହାକି Paytm ପାଇଁ ଘାତକ ସାଜିଛି ।