• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତ୍ୟେକ ଚାକିରିଆଙ୍କ ଚିନ୍ତା, ରିଟାର୍ଡ ପରେ କରିବେ କ’ଣ । ଚାକିରି ସମୟରେ କେତେ ଟଙ୍କା ସଞ୍ଚିଲେ କେତେ ଦିନ ଚଳି ହେବ । ଆଉ କେତେ ପେନ୍‌ସନ୍‌ ପାଇଲେ ଭଲ ଭାବେ ସଂସାର ଚାଲିବ ଆଉ ବୁଲାବୁଲି କରିହେବ । ପେନ୍‌ସନ୍‌ ଟଙ୍କା ଯେତିକି ମିଳୁଛି ତୀର୍ଥ ଯାତ୍ରା କରିହେବ ତ ? ଏମିତି ଅନେକ ପ୍ରଶ୍ନ ଉଠେ ଚାକିରିଆଙ୍କ ମନରେ । ଯେଉଁମାନେ ଚାକିରି କରୁ ନାହାନ୍ତି ସେମାନେ ବି ଏକଥା ଚିନ୍ତା କରନ୍ତି । ଏମିତିକି ଘରୋଇ ସଂସ୍ଥାରେ କାମ କରୁଥିବା ଲୋକ ବି ପେନ୍‌ସନ୍‌ ଚିନ୍ତା ବା ରିଟାର୍ଡମେଣ୍ଟ ପରର ଚିନ୍ତା କରିଥାନ୍ତି ।

ତେବେ ଏହି ସବୁ ଚିନ୍ତା ଦୂର ପାଇଁ ଆସିଲା ଏକ ବଢ଼ିଆ ସ୍ମିମ୍ । ଯହାକୁ କୁହାଯାଉଛି ରିଟାର୍ଡମେଣ୍ଟ ଫର୍ମୁଲା 555 । ଏହି ଫର୍ମୁଲାରେ ଯଦି ଆପଣ ଟଙ୍କା ସଞ୍ଚୟ କରିବେ ତେବେ ରିଟାର୍ଡମେଣ୍ଟ ପରର ଜୀବନ ଆପଣଙ୍କୁ ଅତି ସହଜ ହେବ । ଯେତେ ଶୀଘ୍ର ଆପଣ ଏହି ଫର୍ମୁଲାରେ ସଞ୍ଚୟ ଆରମ୍ଭ କରିବେ, ସେତେ ବେଶି ଫାଇଦା ପାଇବେ ।

ତେବେ ୨୫ ବର୍ଷ ବୟସରୁ ଏହି ଫର୍ମୁଲା ଆପଣ ଆପ୍ଲାଏ କରନ୍ତୁ । ଆଉ ୩୦ ବର୍ଷ ପରେ ଅର୍ଥାତ୍‌ ୫୫ ବର୍ଷ ବୟସରେ ଏହାର ଫାଇଦା ପାଆନ୍ତୁ । ମାସକୁ ୫୦୦୦ ଟଙ୍କା ଲେଖାଏଁ, କମ୍ପାଉଣ୍ଡ ଇଣ୍ଟ୍ରେଷ୍ଟରେ ଆପଣଙ୍କୁ SIP କରିବାକୁ ପଡ଼ିବ । ଯାହାକି ପ୍ରତି ବର୍ଷ ଏହାର ମୂଲ୍ୟ ଢ଼େର ବୃଦ୍ଧି ପାଇବ । ତେବେ ଏହି ୫୫ ବର୍ଷ ବୟସରେ ଆପଣ ଏଥିରୁ ୨.୪୬ କୋଟି ଟଙ୍କା ପାଇ ପାରିବେ ବୋଲି ହିସାବ କହୁଛି । ଏହି ହିସାବ ଯଦି ଆପଣଙ୍କ ବିଶ୍ୱାସ ନହୁଏ ତେବେ ଆପଣ କମ୍ପାଉଣ୍ଡ ଇଣ୍ଟ୍ରେଷ୍ଟ କାଲକୁଲେଟରର ବ୍ୟବହାର ମଧ୍ୟ କରିପାରିବେ । ଆଉ ଜାଣିପାରିବେ । 

ତେବେ ଆପଣ ଜାଣି ରଖନ୍ତୁ ଯେ, ଏଥିରେ ବେଶି କିଛି ଜଟିଳତା ନାହିଁ । କେବଳ ୧୨ ପ୍ରତିଶତର କମ୍ପାଉଣ୍ଡ ଇଣ୍ଟ୍ରେଷ୍ଟ ଲାଗୁ କରାଯାଉଛି । ଯେଉଥିପାଇଁ ଆଣଙ୍କର ମୂଳ ଧନ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ଆଉ ତା’ଉପରେ ସୁଧ ଲାଗୁ ହେବା ଦ୍ୱାରା ଆପଣଙ୍କୁ ଫାଇଦା ହିଁ ଫାଇଦା ମିଳୁଛି । ତେବେ ଏହି ଅନୁସାରେ ହିସାବ କଲେ ଆପଣ ପାଇବେ ୧.୭୬ କୋଟି । ଏହା ବାଦ୍‌ ଏଥିରେ ପୁଣି ୫ ପ୍ରତିଶତ ଅତିରିକ୍ତ ବାର୍ଷିକ ସୁଧ ମଧ୍ୟ ଲାଗୁ ହେବ ।

ଏହି ଅନୁସାରେ ଆପଣଙ୍କ ମୋଟ ନିବେଶ ୩୯.୮୩ ଲକ୍ଷ ରହିଥିବା ବେଳେ ଆପଣ ୩୦ ବର୍ଷ ପରେ ପାଇବେ ୨.୬୩,୬୭,୦୩୦ ଟଙ୍କା । ଯାହାକି ପାଖାପାଖି ୨.୬୫ କୋଟି ଟଙ୍କା ।