• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି । ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଏହି ସେବା ଆରମ୍ଭ କରାଯିବ । ତେବେ ନିର୍ଦ୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ । ଏହା ସହିତ ଗ୍ରାହକମାନଙ୍କୁ ୱେଲକମ୍ ଅଫର ବି ମିଳିବ । ଅଫରରେ ଗ୍ରାହକଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ । ଆମନ୍ତ୍ରିତ ଜିଓ ୱେଲକମ୍ ଅଫର ବ୍ୟବହାରକାରୀମାନଙ୍କୁ ନିଜ ଜିଓ ସିମ୍ ବଦଳାଇବାକୁ ପଡ଼ିବ ନାହିଁ ।

ଆମନ୍ତ୍ରିତ ଗ୍ରାହକମାନେ ଏହି ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କଂପାନି ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ । ତେବେ ଅନ୍ୟ ସହରଗୁଡ଼ିକରେ ପ୍ରସ୍ତୁତି ଶେଷ ହେବାପରେ ସେଠାରେ ବିଟା ପରୀକ୍ଷଣ ସେବାର ସମ୍ପ୍ରସାରଣ କରିବା ବିଷୟରେ ଘୋଷଣା କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସହରର ନେଟୱର୍କ ପର୍ଯ୍ୟାପ୍ତ ଭାବେ ସୁଦୃଢ଼ ନହେବା ପର୍ଯ୍ୟନ୍ତ ବ୍ୟବହାରକାରୀମାନେ ଏହି ବିଟା ପରୀକ୍ଷଣର ଲାଭ ଉଠାଇପାରିବେ ।

ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତ ଭଳି ଏକ ବଡ଼ ଦେଶରେ ସବୁଠୁ ଦ୍ରୁତ ଗତିରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ପ୍ରସ୍ତୁତ କରିଛି । ଜିଓ ୫ଜି ଦୁନିଆର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ହେବ ଯାହାକୁ ଭାରତୀୟମାନେ ଭାରତୀୟମାନଙ୍କ ଲାଗି ପ୍ରସ୍ତୁତ କରିଛନ୍ତି । ୫ଜି ଏଭଳି ଏକ ସେବା ହେବ ଯାହା ସାରା ଦେଶର ସବୁ ନାଗରିକ, ସବୁ ଘର ଏବଂ ସବୁ ବ୍ୟବସାୟ ପାଇଁ ଉପଲବ୍ଧ ହେବା ଦରକାର ।’’

(ବି.ଦ୍ର- ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ଏହି ନୂଆ ଅଫରର ସତ୍ୟାସତ୍ୟ ଯାଞ୍ଚ କରି ନିଅନ୍ତୁ। )