• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ । ଦେଶର କିଛି ପ୍ରମୁଖ ସହରରେ ପ୍ରାରମ୍ଭିକ ଭାବେ ଏହି ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହର ଯଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ହାଇସ୍ପିଡ୍ ମୋବାଇଲ ସେବା ମିଳିପାରିବ ।

ତେବେ ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ଏହି ସେବା ମିଳିପାରିବ ବୋଲି ଘୋଷଣା କରିଛନ୍ତି ଅମ୍ବାନୀ । ରିଲାଏନ୍ସ ଜିଓ 5G ସେବା ଯୋଗାଇ ଦେବା ପାଇଁ ଦୁଇ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିସହ ଶସ୍ତା 5G ସ୍ମାର୍ଟ ଫୋନ୍ ନିର୍ମାଣ ପାଇଁ ଗୁଗୁଲ ସହ କାମ ଚାଲିଥିବା ଅମ୍ବାନୀ ସୂଚନା ଦେଇଛନ୍ତି । ଦେଶରେ 5G ସେବା ଯୋଗାଇବା ଲାଗି ନିକଟରେ ରିଲାଏନ୍ସ ଜିଓ ସବୁଠୁ ଅଧିକ ୮୮ ହଜାର ୭୮ କୋଟି ଟଙ୍କାରେ ନିଲାମ ଜିତି ନେଇଥିଲା ।