ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ବଢିବନି କି କମିବନି ଆପଣଙ୍କ ଇଏମଆଇ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟି ବୈଠକରେ
ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ହୋଇଛି ।
ରିଜର୍ଭ ବ୍ୟାଙ୍କ ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲେ । ଗତ ୨୦୨୩ ମସିହା ଫେବ୍ରୁଆରି ମାସରୁ ରେପୋ ରେଟ୍ ସ୍ଥିର ରହିଛି । ବିଶ୍ବସ୍ତରରେ ସଂକଟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ।