Advertisment

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ରଖିଲେ ବ୍ୟାଙ୍କ ଅପେକ୍ଷା ମିଳିବ ଅଧିକ ସୁଧ

କେବଳ ସେତିକି ନୁହେଁ, ସାଇବର୍ ଫ୍ରଡ୍‌ର ବି ଚିନ୍ତା ରହିବନି।

ଅଦ୍ୟତନ ହୋଇଛି
Post Office Senior Citizen Savings Scheme

Post office schemes for senior citizens offer higher interest

Advertisment

ଟଙ୍କାକୁ ସେଭ୍ କରି ଅଧିକ ସୁଧ ମିଳିବାକୁ କାହାର ଆଶା ନଥାଏ। କେଉଁ ସ୍କିମ୍‌ କଲେ ଆପଣଙ୍କୁ କେତେ ସୁଧ ମିଳିବ, ତାହା ଜାଣିବା ଜରୁରୀ। ସୁଧ ଫାଇଦାକୁ ନେଇ କେହି କେହି ଦ୍ୱନ୍ଦ୍ୱରେ ମଧ୍ୟ ପଡ଼ନ୍ତି। ତେବେ ଏଭଳି ଏକ ସ୍କିମ ବିଷୟରେ କହିବାକୁ ଯାଉଛୁ, ଯେଉଁ ସୁବିଧାକୁ ଆପଣେଇଲେ ବ୍ୟାଙ୍କ୍‌ ଅପେକ୍ଷା ଅଧିକ ସୁଧ ମିଳିବ।

Advertisment

ଯଦି ଆପଣ ସୁରକ୍ଷିତ ନିବେଶ କରିବାକୁ ଚାହାନ୍ତି ତାହାହେଲେ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଯାହା ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍‌ରେ ଉପଲବ୍ଧ ରହିଛି। ଡିପୋଜିଟ୍‌ ସ୍କିମ୍ ଓ ବରିଷ୍ଠ ନାଗରିକଙ୍କ ସେଭିଙ୍ଗ୍‌ସ ସ୍କିମ୍‌ ପରି ସ୍କିମ ଯାହାର ସୁଧର ହାର ଯଥେଷ୍ଟ ଗ୍ରାହକଙ୍କୁ ମିଳିଥାଏ।

ଅଧିକ ପଢ଼ନ୍ତୁ: ପୋଷ୍ଟାଲ୍‌ର ଜବରଦସ୍ତ ସ୍କିମ୍‌ ! ମିଳିବ ୧୪ ଲକ୍ଷ ଟଙ୍କା, ମନି ବ୍ୟାକ୍‌ ସୁବିଧା ମଧ୍ୟ ରହିଛି

Advertisment

ପୋଷ୍ଟ ଅଫିସ୍‌ ଟାଇମ୍‌ ଡିପୋଜିଟ୍ ସ୍କିମ୍:

ପୋଷ୍ଟ ଅଫିସ୍‌ ଟାଇମ୍‌ ଡିପୋଜିଟ୍ ସ୍କିମ୍ ସବୁଠାରୁ ଲୋକପ୍ରିୟ ହୋଇପାରିଛି। ୫ ବର୍ଷର ଟର୍ମରେ ଏହା ଆପଣଙ୍କୁ ଫିକ୍ସ ଜିପୋଜିଟ୍‌ର ୬.୭ ପ୍ରତିଶତ ସୁଧ ଦେବ। ଏହି ସ୍କିମ ପ୍ରତି ୫ ବର୍ଷରେ ନବୀକରଣ କରିପାରିବେ। ଯାହା ଗ୍ରାହକଙ୍କୁ ଦୀର୍ଘ ନିବେଶ କରିବା ପାଇଁ ରହିବ।

ସିନିଅର୍ ସିଟିଜେନ୍ ସେଭିଙ୍ଗସ୍ ସ୍କିମ୍:

ବରିଷ୍ଠ ନାଗରିକଙ୍କ ପାଇଁ ରହିଛି ଏମିତି ଏକ ସ୍କିମ୍, ଯାହା ସେମାନଙ୍କୁ ସବୁଠୁ ଅଧିକ ଫାଇଦା ଦେବ। ପୋଷ୍ଟ ଅଫିସ୍‌ରେ ଚାଲୁଥିବା ସିନିଅର୍ ସିଟିଜେନ୍ ସେଭିଙ୍ଗସ୍ ସ୍କିମ୍ ସେଭିଙ୍ଗ ଡିପୋଜିଟ୍‌ରେ ୮ ପ୍ରତିଶତ ସୁଧ ରହିଛି। ବୟସ୍କ ବ୍ୟକ୍ତି ଏହି ସ୍କିମ୍ ଚୟନ କଲେ ସେମାନଙ୍କୁ ଅଧିକ ଫାଇଦା ମିଳିବ। କେବଳ ସେତିକି ନୁହେଁ, ସାଇବର୍ ଫ୍ରଡ୍‌ରୁ ସେମାନେ ମୁକ୍ତ ରହିପାରିବେ। କାହିଁକିନା ବର୍ତ୍ତମାନ ସମୟରେ ଯେତିକି ସାଇବର୍ କ୍ରାଇମର ଶିକାର ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକ। ତେବେ ଜୀବନଯାକର ସଂଚିତ ଧନକୁ ସୁରକ୍ଷିତ ରଖିଥାଏ ଏହି ସ୍କିମ୍।

Advertisment
Post Office Schemes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ