• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Business Odisha Awards-2024

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି । ଆଜି ଦେଖିବା ରିଅଲ୍ ଇଷ୍ଟେଟ୍ ବିଭାଗରେ କେଉଁମାନେ ଅଛନ୍ତି...।

ଡିଅନ୍ ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍

ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ରାଜ୍ୟର ଏକ ନାଁକରା ସଂସ୍ଥା ଭାବେ ପରିଚିତ ଡିଅନ୍ ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ବା' ଡିଅନ୍ ଗ୍ରୁପ୍। ନିର୍ମାଣ କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ନେଇ ଗ୍ରୁପ୍‌ର ଚେୟାରମ୍ୟାନ୍ ସୁରେଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ଗ୍ରୁପ୍‌ର ସହ-ପ୍ରତିଷ୍ଠାତା ସବ୍ୟସାଚୀ ମିଶ୍ରଙ୍କ ସହଯୋଗରେ ଗ୍ରୁପ୍‌ର ନିର୍ଦ୍ଦେଶକ ଇଂଜିନିୟର ମନୋଜ ସାହୁ ୨୦୧୦ରେ ଏହି ରିୟଲ ଇଷ୍ଟେଟ୍ ବ୍ୟବସାୟକୁ ଆଗକୁ ବଢାଇଥିଲେ। ୨୦୧୯ରେ ଟାଟା ମୋଟର କାର୍ର ଡିଲରସିପ୍‌ ହାତକୁ ନିଏ ଡିଅନ୍ ଅଟୋମୋଟିଭ୍ । ରିୟଲ ଇଷ୍ଟେଟ୍ କ୍ଷେତ୍ରରେ କଟକ ତ୍ରିଶୁଳିଆର ଡିଅନ୍ ରିଭର ଫ୍ରଣ୍ଟ୍ ଏହି କଂପାନୀର ଏକ ଫ୍ଲାଗ୍‌ସିପ୍ ପ୍ରୋଜେକ୍ଟ ଯେଉଁଠି ୧୨ଶହ ପରିବାରକୁ ଘର ପ୍ରଦାନ କରିଛି ଏହି ଗ୍ରୁପ୍। ଗ୍ରୁପ୍‌ର ଅନ୍ୟ ଦୁଇଟି ପ୍ରୋଜେକ୍ଟ, କଟକ ସିଡିଏ ସେକ୍ଟର-୧୧ ସ୍ଥିତ ଡିଅନ୍ ଟୁଇନ୍ ଟାୱାର୍ ଏବଂ ସିଡିଏ ସେକ୍ଟର-୮ର ଡିଅନ୍ ସ୍କାଏ ୱାକ୍‌ର କାମ ଚାଲୁରହିଛି। ତ୍ରିଶୁଳିଆରେ କମରସିଆଲ୍, ରେସିଡେଣ୍ଟ୍ସିଆଲ୍ ଏବଂ ହେଲ୍ଥକେୟାର ସୁବିଧା ସହ ଏକ ଇଣ୍ଟେଗ୍ରେଟେଡ୍ ଟାଉନସିପ୍ ପ୍ରୋଜେକ୍ଟ ଏବେ ଏହି ଗ୍ରୁପ୍‌ର ଆଉ ଏକ ଡ୍ରିମ୍ ପ୍ରୋଜେକ୍ଟ । କଟକର ନିର୍ମାଣାଧୀନ ଟଲେଷ୍ଟ ଟାୱାର ସ୍କାଏ ୱାକ୍ ନିର୍ମାଣ କରୁଛି ଏହି ଗ୍ରୁପ୍। Backward Integration Model ଜରିଆରେ ନିର୍ମାଣ କାର୍ଯ୍ୟ କରିବା ହେଉଛି ଡିଅନ୍ ଗ୍ରୁପ୍‌ର ଖାସିୟତ୍। ସଂପୂର୍ଣ୍ଣ ସ୍ୱୟଂଚାଳିତ କ୍ରସର୍‌ ୟୁନିଟ୍ ସହିତ RMC Plant, MAIVAN Shuttering Materials, ଇଟା ଫ୍ୟାକ୍ରି, ବିଟୁମେନ୍ ପ୍ଲାଣ୍ଟ୍ ଏବଂ ଅତ୍ୟାଧୁନିକ ନିର୍ମାଣ ଉପକରଣ ଯୋଗାଇଥାଏ ଏହି କଂପାନୀ। କଟକରେ ଡିଅନ୍ ଗ୍ରୁପ୍ ଦ୍ବରା ଚାଲୁରହିଥିବା ସମସ୍ତ ପ୍ରକଳ୍ପ ଗୁଡିକ କାଠଯୋଡି ଏବଂ ମହାନଦୀର ନିକଟତର ହୋଇଥିବାରୁ ଏହାର ସୖୋନ୍ଦର୍ଯକୁ ଉପଭୋଗ କରିପାରିବେ । ଏବେ ଏହି ଗ୍ରୁପ୍‌ରେ ସର୍ବମୋଟ୍ ୬ଶହ କର୍ମଚାରୀ କାର୍ଯ୍ୟରତ। ଅଟୋମୋବାଇଲ୍, କଷ୍ଟ୍ରକ୍‌ସନ ଏବଂ ରିୟଲ ଇଷ୍ଟେଟ୍ ବ୍ୟବସାୟରୁ ଗତବର୍ଷ ଏହି ସଂସ୍ଥାର ଟର୍ଣ୍ଣ ଓଭର ଥିଲା ୫ଶହ କୋଟି। ଚଳିତ ଆର୍ଥିକ ବର୍ଷରେ ଏହି ଗ୍ରୁପ୍‌ର ଟର୍ଣ୍ଣ ଓଭର ୭ଶହ କୋଟି ହେବ ବୋଲି ଆଶାରଖିଛନ୍ତି ଏହାର କର୍ତ୍ତୃପକ୍ଷ। ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ଉତ୍କର୍ଷ ଓ ପରିବର୍ତ୍ତନ ଆଣିବା ସହ ରୋଜଗାର ସୃଷ୍ଟିକରିବା ଉପରେ ଗୁରୁତ୍ୱଆରୋପ କରିଥାଏ ଡିଅନ୍ ଗ୍ରୁପ୍।

ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍

ରିଅଲ ଇଷ୍ଟେଟ୍ ତଥା ନିର୍ମାଣ କ୍ଷେତ୍ରରେ ଅତ୍ୟାଧୁନିକ ଶୈଳୀକୁ ଆପଣାଇ ଆଗକୁ ବଢୁଛି ନାଁ କରା ସଂସ୍ଥା, ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ । ଦୀର୍ଘ ୧୭ ବର୍ଷର ଅଭିଜ୍ଞତା ଓ ଦକ୍ଷତା ସହ ମ୍ୟାନେଜିଂ ଡିରେକ୍ଟର କଳିଙ୍ଗ କେଶରୀ ରଥ ୨୦୧୦ରେ ଇଭୋସ୍ ଗ୍ରୁପ୍ ପ୍ରତିଷ୍ଠା କରନ୍ତି । ତାଙ୍କର ପ୍ରତ୍ୟକ୍ଷ ପରିଚାଳନା ଓ ଯୋଜନା ଦ୍ୱାରା ଓଡ଼ିଶାର ଏକ ପ୍ରଗତିଶୀଳ ଓ ନିର୍ଭରଯୋଗ୍ୟ ସଂସ୍ଥାରେ ସାମିଲ୍ ହୋଇପାରିଛି ଇଭୋସ୍ ଗ୍ରୁପ୍ । କଂପାନୀରେ ମୋଟ୍ ୧୬୦ ଜଣ କର୍ମନିଯୁକ୍ତି ପାଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ୯୮.୮୬ କୋଟି ଟଙ୍କାର ଲାଭ କରିପାରିଛି ଏହି ସଂସ୍ଥା । ୨୦୨୭ ମାର୍ଚ୍ଚ ୩୧ ସୁଦ୍ଧା ୫ ହଜାର ହାପି କଷ୍ଟୋମର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଏହି ସଂସ୍ଥା । ୧୭ ବର୍ଷରୁ ଅଧିକ ବର୍ଷ ଧରି ୨୦ରୁ ଉର୍ଦ୍ଧ୍ୱ ପ୍ରୋଜେକ୍ଟ ସହ ୧ ହଜାରୁ ଅଧିକ ପରିବାରଙ୍କ ସ୍ୱପ୍ନ ପୂରଣ କରିପାରିଛି ଏହି ସଂସ୍ଥା । ତାମଧ୍ୟରୁ ଇଭୋସ୍ ପାରାଡାଇଜ୍, ଇଭୋସ୍ ପ୍ୟାଲେସ୍, ମହାବୀର ଏନକ୍ଲେଭ୍, ସିଟି ହୋମ୍ସ୍, ଇଭୋସ୍-୮ ବିଳାଶିନୀ ଏନକ୍ଲେଭ୍, ଅଲିଭ୍ ଏନକ୍ଲେଭ୍ ଏବଂ ଇଭୋସ୍ ଏମ୍ପାୟର୍ ଅନ୍ୟତମ । ଓଡ଼ିଶାର ଟଲେଷ୍ଟ ଟାଓ୍ୱାର ଭାବେ ଭୁବନେଶ୍ୱର ରଘୁନାଥପୁର ସ୍ଥିତ ଏହାର ଆଇକନିକ୍ ପ୍ରୋଜେକ୍ଟ ‘ଇଭୋସ୍ ଆଲ୍କେମୀ'ର ନିର୍ମାଣ ଆଗେଇ ଚାଲିଛି । ସେହିପରି ନିଜର ସିଏସଆର୍ ଆକ୍ଟିଭିଟି ଜରିଆରେ କଟକ ବୋସ୍ ଶିକ୍ଷାନୁଷ୍ଠାନରେ ଏକ ମ୍ୟାଟେରିଆଲ୍ ଟେଷ୍ଟିଂ ଲ୍ୟାବ୍ ପ୍ରତିଷ୍ଠା କରିବା ସହ ଏକାଧିକ ସମାଜସେବା କାର୍ଯ୍ୟରେ ନିଜକୁ ସାମିଲ ରଖିଛି । ନିର୍ମାଣ କ୍ଷେତ୍ରରେ ନିଜର ଅବଦାନ ପାଇଁ ଅନେକ ପୁରସ୍କାର ସହ ସ୍ୱୀକୃତି ଲାଭ କରିଛି ଇଭୋସ୍ ଗ୍ରୁପ୍ ।

ଏସ୍.ଭି.ଇ ଗ୍ରୁପ୍

ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଦୀର୍ଘ ଦୁଇ ଦଶନ୍ଧି ଧରି ବାଙ୍ଗାଲୋରରେ ନିଜର ଖ୍ୟାତି ଅର୍ଜନ କରିଥିବା ସଂସ୍ଥା ହେଉଛି ଏସ.ଭି.ଇ ଗ୍ରୁପ୍ । ବିଲ୍ଡର ଓ କନଷ୍ଟ୍ରକସନ୍ କ୍ଷେତ୍ରରେ ଏକାଧିକ ନିର୍ମାଣ କରି ଏହି ସଂସ୍ଥାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବାଙ୍ଗାଲୋରରେ ଏକାଧିକ ପ୍ରୋଜେକ୍ଟ ସଫଳତାର ସହ ଶେଷ କରିଛି ଏହି ସଂସ୍ଥା, ସେଥିମଧ୍ୟରୁ DSR Elite Villa Project, SJR East Wood Villa Project, Rain Drops Residential Project ଅନ୍ୟତମ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ସଂସ୍ଥାରେ ମୋଟ ଶହେ ଜଣ କର୍ମଚାରୀ କାର୍ଯ୍ୟରତ । ବର୍ତ୍ତମାନ ଏହାର ମୁଖ୍ୟ କାର୍ଯ୍ୟାଳୟ ବାଙ୍ଗାଲୋରରେ ଥିବା ବେଳେ ଆଗକୁ ଭୁବନେଶ୍ୱର ସହ ଅନ୍ୟାନ୍ୟ ସହରକୁ ପରିବ୍ୟାପ୍ତ କରିବାକୁ ଯୋଜନା ରଖିଛି ସଂସ୍ଥା । ଏସ.ଭି.ଇ ଗ୍ରୁପ୍‌ର ବାର୍ଷିକ ଟର୍ଣ୍ଣ ଓଭର ୫ କୋଟି ଟଙ୍କାରେ ପହଂଚିପାରିଛି । ନିଜର ସଫଳତା ପାଇଁ ଚଳିତ ବର୍ଷ କର୍ଣ୍ଣାଟକ ବିଜନେସ୍ ଆଓ୍ୱାର୍ଡରେ ସମ୍ମାନୀତ ହୋଇଛି SVE GROUP ।

ଆପଣଙ୍କ ପସନ୍ଦର ଭୋଟ୍ ଦେବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ...

https://boa.odishatv.in/

OTV is now on Whatsapp

Join and get latest news update delivered to you via whatsapp

Join Now