/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690445449.jpg)
Rice Shortage Panic
ଭାରତୀୟ.. ଖାସ୍ କରି ପୂର୍ବ ଓ ଦକ୍ଷିଣ ଭାରତୀୟ ପୃଥିବୀର ଯେଉଁଠି ଥାଆନ୍ତୁ ନା କାହିଁକି, ଖାଇବା ଥାଳିରେ ଭାତ ନହେଲେ ନଚଳେ । ହେଲେ ଭାରତ ଅଚାନକ ଚାଉଳ ରପ୍ତାନୀ ବ୍ୟାନ୍ ଘୋଷଣା କରିବା ପରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି । ଆମେରିକା ଓ କାନାଡ଼ା ସମେତ ଅନେକ ଦେଶର ସୁପରମାର୍କେଟ୍ ଆଗରେ ଚାଉଳ ପାଇଁ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଛି ।...
ଗ୍ରୋସରି ଷ୍ଟୋର ଓ ସୁପରମାର୍କେଟରେ ପ୍ରବଳ ଭିଡ଼
ଗ୍ରୋସରି ଷ୍ଟୋର ଓ ସୁପରମାର୍କେଟ୍ ବାହାରେ ଗ୍ରାହକଙ୍କ ଲମ୍ବା ଲାଇନ୍, ଚାଉଳ ନେବାକୁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ପ୍ରବାସୀ ଭାରତୀୟଙ୍କ ମଧ୍ୟରେ । ବିଶେଷ କରି ଦକ୍ଷିଣ ଓ ପୂର୍ବ ଭାରତୀୟମାନେ ଯଥାସମ୍ଭବ ଅଧିକ ଚାଉଳ ବସ୍ତା କିଣିନେବାକୁ ଦୋକାନ ବାହାରେ ଲାଇନ୍ ଲଗାଇଛନ୍ତି । କିଏ ଚାଉଳ ପ୍ୟାକେଟ ପାଇଁ ଠେଲାପେଲା ଆରମ୍ଭ କରିଦେଇଛନ୍ତି, ତ କିଏ ଏକାଥରେ ୧୦-୧୨ ବସ୍ତା ଚାଉଳ ଧରି ଅପେକ୍ଷା କରିଛନ୍ତି ବିଲିଂ କାଉଣ୍ଟରରେ।
Chaos in Bay Area California for #rice#Costco@ndtvfeed@timesofindia#California#bayarea Costco, how can u let people take more than 2 bags? pic.twitter.com/zm9iZV3Snw
— bimmer2020 (@bimmerwhite) July 21, 2023
ଭାରତ ଅଚାନକ ଚାଉଳ ରପ୍ତାନୀ ବ୍ୟାନ୍ କରିଦେବା ପରେ, ଆମେରିକା, କାନାଡ଼ା ଓ ବିଭିନ୍ନ ୟୁରୋପୀୟ ଦେଶରେ ରହୁଥିବା NRI ମାନେ ଛାନିଆ ହୋଇ ବସ୍ତା ବସ୍ତା ଚାଉଳ କିଣିନେଉଛନ୍ତି। ଫଳରେ ଚାଉଳ ଦର ଅଚାନକ ବଢ଼ିଯାଇଥିବା ବେଳେ, ଅନେକ ଷ୍ଟୋରରେ ଚାଉଳ ଷ୍ଟକ୍ ସରିଗଲାଣି । ତେଣୁ କେଉଁଠି ଗୋଟିଏ ଥରରେ ଗୋଟିଏ ବସ୍ତା କିଣିବାକୁ ନୋଟିସ୍ ଲାଗିଛି, ତ ଆଉ କେଉଁଠି ଲେଖାଯାଇଛି ଯେ ୩୫ ଡଲାରର ଅନ୍ୟ ସଉଦା କିଣିଲେ ହିଁ ଗୋଟିଏ ଚାଉଳ ବସ୍ତା କିଣିହେବ।...
ସର୍ବବୃହତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ଭାରତ
ବିଶ୍ୱର ସର୍ବବୃହତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ହେଉଛି ଭାରତ । ବିଶ୍ୱ ବଜାରର ୪୦ ପ୍ରତିଶତ ଚାଉଳ ଭାରତରୁ ରପ୍ତାନୀ ହୁଏ । ଗତବର୍ଷ ୨୨.୨ ମିଲିୟନ ଟନ୍ ଚାଉଳ ରପ୍ତାନୀ କରିଥିଲା ଭାରତ । ୧୪୦ରୁ ଅଧିକ ଦେଶକୁ ଭାରତ ଚାଉଳ ରପ୍ତାନୀ କରିଆସୁଥିବା ବେଳେ, ଗତ ଗୁରୁବାର ଏହା ଉପରେ ପ୍ରତିବନ୍ଧକ ଲାଗିଛି । ଅଣ-ବାସମତି ଧଳା ଚାଉଳ ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର ।
ବନ୍ୟା ବିତ୍ପାତ ଯୋଗୁଁ ଧାନଚାଷ କ୍ଷତିଗ୍ରସ୍ତ
ବନ୍ୟା ବିତ୍ପାତ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଳମ୍ବିତ ମୌସୁମୀ ମଧ୍ୟ ଧାନ ଉତ୍ପାଦନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ଦେଶ ଭିତରେ ଚାଉଳ ସଂକଟ ଦେଖାଦେଇପାରେ ଏବଂ ଅହେତୁକ ଦରବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଏହାର ସମାଧାନ ଲାଗି ଏବଂ ସ୍ଥାନୀୟ ବଜାରର ଚାହିଦା ପୂରଣ ପାଇଁ ଦେଶରୁ ଚାଉଳ ରପ୍ତାନୀ ବନ୍ଦ ରଖାଯାଇଥିବା ସୂଚନା ମିଳିଛି।
ତେବେ ଭାରତର ଏହି ପଦକ୍ଷେପ ଯୋଗୁଁ ସାରା ବିଶ୍ୱ ବଜାର ପ୍ରଭାବିତ ହେବାର ଆଶଙ୍କା ରହିଛି । ଭାରତ ମୁଖ୍ୟତଃ ବେନିନ୍, ବାଂଲାଦେଶ, ଆଙ୍ଗୋଲା, କାମେରୁନ, ଗିନି, ଆଇଭରି କୋଷ୍ଟ୍, କେନିୟା ଓ ନେପାଳ ଆଦି ଦେଶକୁ ଅଣବାସମତି ଚାଉଳ ରପ୍ତାନୀ କରୁଥିବା ବେଳେ, ଇରାନ, ଇରାକ ଓ ସାଉଦିଆରବକୁ ପ୍ରିମିୟମ ବାସମତି ଚାଉଳ ରପ୍ତାନୀ ହୁଏ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)