Advertisment

Public Provident Fund: PPF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ନୋମିନି ପରିବର୍ତ୍ତନ ପାଇଁ ଆଉ ପଡ଼ିବନି ଚାର୍ଜ

କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ,କେନ୍ଦ୍ର ସରକାର ଗତ ୨ତାରିଖରେ ନିୟମ ପରିବର୍ତ୍ତନ କରିଛନ୍ତି । ୨୦୨୫ ମସିହା ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲରେ ଏନେଇ ବ୍ୟବସ୍ଥା ଥିବା ଜଣାଇଛନ୍ତି ଅର୍ଥମନ୍ତ୍ରୀ ।

ଅଦ୍ୟତନ ହୋଇଛି
PPF

PPF

Advertisment

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। PPF ଆକାଉଣ୍ଟରେ ନୋମିନି ପରିବର୍ତ୍ତନ ପାଇଁ ଆଉ ପଡ଼ିବନି ଚାର୍ଜ। ଆର୍ଥିକ ସଂସ୍ଥା ଗୁଡ଼ିକ ଏନେଇ ଆଗରୁ ଯେଉଁ ଚାର୍ଜ କରୁଥିଲେ ଆଉ ପଡ଼ିବନି । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Advertisment

ଅଧିକ ପଢ଼ନ୍ତୁ: ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? PPFରେ କରନ୍ତୁ ନିବେଶ, ପାଇବେ ଭଲ ରିଟର୍ଣ୍ଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ,କେନ୍ଦ୍ର ସରକାର ଗତ ୨ତାରିଖରେ ନିୟମ ପରିବର୍ତ୍ତନ କରିଛନ୍ତି । ୨୦୨୫ ମସିହା ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲରେ ଏନେଇ ବ୍ୟବସ୍ଥା ଥିବା ଜଣାଇଛନ୍ତି ଅର୍ଥମନ୍ତ୍ରୀ ।

Advertisment

ସେ ଆହୁରି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ଏହି ପଦକ୍ଷେପ ଜମାକାରୀଙ୍କ ପାଇଁ ଅଧିକ ସହଜ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଯାହା ବ୍ୟାଙ୍କିଙ୍ଗ ପ୍ରକ୍ରିୟାକୁ ସରଳ କରିବା ସହ ନାଗରିକଙ୍କ ଆର୍ଥିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ।

ଅଧିକ ପଢ଼ନ୍ତୁ:  PPF, EPF, GPF ମଧ୍ୟରେ କ’ଣ ପାର୍ଥକ୍ୟ, କ’ଣ ଫାଇଦା

PPF New PPF Rules PPF Account
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ