Advertisment

ମାସ ଆରମ୍ଭରୁ ଖୁସି ଖବର, କମିଲା ଗ୍ୟାସ୍‌ ଦର; ଜାଣନ୍ତୁ କେତେ ପାଇଲା ହ୍ରାସ...

ହ୍ରାସ ପାଇଲା ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
LPG Gas Cylinder Price Revised

LPG gas cylinder price

ଖୁସି ଖବର । କମିଲା ଗ୍ୟାସ୍‌ ଦର । ଦେଶରେ ହ୍ରାସ ପାଇଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି। ଏଥିସହିତ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୬୪୬ ଟଙ୍କା ହୋଇଛି। ଯାହା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ତୁରନ୍ତ ଏହି ନୂଆ ଦର ଲାଗୁ ହେବ।

Advertisment

ସେହିପରି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ ରୁ ୧,୫୯୮ ଟଙ୍କାକୁ ହ୍ରାସ ପାଇଛି। ଚେନ୍ନାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୮୪୦ ଟଙ୍କା ଏବଂ କୋଲକାତାରେ ୧,୭୮୭ ଟଙ୍କା ହୋଇଛି। ସେମିତି ଜୁନ୍ ୧ ରେ କମର୍ସିଆଲ ଏଲପିଜି ଦର ପ୍ରାୟ ୬୯ ଟଙ୍କା ହ୍ରାସ ପାଇଥିଲା ଏବଂ ମେ ୧ ରେ ସିଲିଣ୍ଡର ପିଛା ୧୯ ଟଙ୍କା ହ୍ରାସ ପାଇଥିଲା।

ଅଧିକ ପଢ଼ନ୍ତୁ: ସାରା ଦେଶରେ ନୂଆ ଆଇନ୍; ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR, ଜାଣନ୍ତୁ କେଉଁଠି..

Advertisment

ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୯ ମାର୍ଚ୍ଚ ୨୦୨୪ରେ ଏହା ଶେଷ ଥର ପାଇଁ ପରିବର୍ତ୍ତନ ହୋଇଥିଲା ଏବଂ ୧୦୦ ଟଙ୍କା ହ୍ରାସ ହୋଇଥିଲା । ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ବରରେ ୮୨୯ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ୮୦୩ ଟଙ୍କା ରହିଛି, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି । ୧ ଜୁନ୍ ୨୦୨୩ରେ, ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା। ୩୦ ଅଗଷ୍ଟ ୨୦୨୩ରେ ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଥିଲା ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କାକୁ ଖସି ଆସିଥିଲା। ଏହା ପରେ, ୯ ମାର୍ଚ୍ଚ ୨୦୨୪ରେ, କମ୍ପାନୀଗୁଡିକ ଏହାର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ।

LPG Cylinder LPG Price LPG Gas Cylinder Price LPG Gas Price Today
Advertisment
Advertisment