/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744024786.jpg)
LPG cylinder prices hike
ହାଣ୍ଡିଶାଳରେ ମହଙ୍ଗା ମାଡ଼ । ବଢିଲା ରନ୍ଧନ ଗ୍ୟାସ୍ ଦର । ଦେଶରେ LPG ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ସରକାର ୧୪ .୨ କିଲୋଗ୍ରାମ ବିଶିଷ୍ଟ ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଯାହାଫଳରେ LPG ସିଲିଣ୍ଡର ଦାମ୍ ୮୦୩ରୁ ବୃଦ୍ଧି ପାଇ ୮୫୩ ଟଙ୍କା ହୋଇଛି । ସେହିପରି ଉଜ୍ଜ୍ୱଳା ଯୋଜନା ଅଧିନରେ ମିଳିଥିବା LPG ସିଲିଣ୍ଡର ଦାମ୍ ୫୦୩ରୁ ବୃଦ୍ଧି ପାଇ ୫୩୩ ଟଙ୍କା ହୋଇଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ବର୍ଦ୍ଧିତ ଦର ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ।
ଅଧିକ ପଢ଼ନ୍ତୁ: ପୁଣି ଶସ୍ତା ହେଲା ସୁନା, ଆଜି ଏତିକି କମିଲା ଦର
ଏହାର କିଛି ସମୟ ପୂର୍ବରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି ହୋଇଥିଲା । ତେବେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ଏହି ତୈଳ ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, ଏକ୍ସାଇଜ ଡ୍ୟୁଟି ବଢିଥିଲେ ବି ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍ରେ କୌଣସି ବୃଦ୍ଧି ହେବନି । ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବନି । ବର୍ଦ୍ଧିତ ଏକ୍ସାଇଜ ଡ୍ୟୁଟି PSU ବହନ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)