ଖୁସି ଖବର । ସକାଳୁ ସକାଳୁ ଆସିଲା ବଡ଼ ଖବର । କମିଲା କମର୍ସିଆଲ ରନ୍ଧନ ଗ୍ୟାସ ଦର । ଆଜିଠାରୁ କମର୍ସିଆଲ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୨୪ ଟଙ୍କା କମିଛି । ଏଣିକି ଗ୍ରାହକଙ୍କୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୪ ଟଙ୍କା କମ ଦେବାକୁ ପଡ଼ିବ ।
ଲଗାତାର ୨ ମାସରେ ୨ ଥର କର୍ମସିଆଲ LPG ସିଲିଣ୍ଡର ଦର କମିବାରେ ଲାଗିଛି । ମେ ମାସରେ ୧୯ କେଜି ସିଲିଣ୍ଡର ପିଛା ଦର ୧୪ ଟଙ୍କା ୫୦ ପଇସା କମିଥିବା ବେଳେ ଆଜି ୨୪ ଟଙ୍କା ହ୍ରାସ ପାଇଛି । ଫଳରେ ରେଷ୍ଟୁରାଣ୍ଟ, ହଜାର ହଜାର ଛୋଟ ବ୍ୟବସାୟୀ ଉପକୃତ ହେବେ । କେବଳ LPG ନୁହେଁ ବମାନ ଇନ୍ଧନ ଦର ମଧ୍ୟ ହ୍ରାସ ପାଇଛି । ପ୍ରତି କିଲୋ ଲିଟର ପିଛା ଦର ପ୍ରାୟ ୪ ହଜାର ଟଙ୍କା କମିଛି । ୪.୪ ପ୍ରତିଶତ ଦର ହ୍ରାସ ଯୋଗୁ ବିମାନ କଂପାନି ଗୁଡିକ ଉପକୃତ ହେବେ । ପୂର୍ବରୁ ଏପ୍ରିଲରେ ବିମାନ ଇନ୍ଧନ ଦର କିଲୋ ଲିଟର ପିଛା ୬.୧୫ ପ୍ରତିଶତ ହ୍ରାସ ହୋଇଥିଲା ।
Also Read
ଅଧିକ ପଢନ୍ତୁ : ବଦଳିବ ଗୋଲ୍ଡ ଲୋନ ନିୟମ, କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି
ତେବେ ଭୁବନେଶ୍ୱରରେ ଘରେଇ LPG ସିଲିଣ୍ଡର ଦର ( ୧୪.୨ କେ.ଜି) ପିଛା ୮୭୯ ଟଙ୍କା ରହିଥିବା ବେଳେ କର୍ମସିଆଲ LPG ସିଲିଣ୍ଡର ଦର ( ୧୯ କେ.ଜି) ୨୫ ଟଙ୍କା କମି ୧୮୬୬.୫୦ ଟଙ୍କା ରହିଛି ।
ସେହିପରି ଘରେଇ LPG ସିଲିଣ୍ଡର ଦର ( ୫ କେ.ଜି) ୩୨୭ ଟଙ୍କା ରହିଥିବା ବେଳେ କର୍ମସିଆଲ LPG ସିଲିଣ୍ଡର ଦର ( ୪୭.୫ କେ.ଜି) ୬୪ ଟଙ୍କା କମି ୪୬୬୪.୦୦ ଟଙ୍କା ରହିଛି ।