• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ସବୁଠାରୁ ବଡ଼ ଏଲଆଇସି ଆଇପିଓକୁ ପସନ୍ଦ କରିଛନ୍ତି ଖୁଚୁରା ନିବେଶକଙ୍କ (Retail Investor) । ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବିଶେଷକରି ବିମାଧାରକ ବର୍ଗର ଉତ୍କୃଷ୍ଟ ଆକଳନ ସାମ୍ନାକୁ ଆସିଛି । ଏଲଆଇସି ଆଇପିଓ ଖୋଲିବାର ପ୍ରଥମ ଦିନରେ ୬୭ ପ୍ରତିଶତ ସବସ୍କ୍ରାଇବ୍ ହୋଇଛି । ପଲିସିଧାରୀ ଓ କର୍ମଚାରୀ କୋଟାରେ ପ୍ରଥମ ଦିନରେ ସମ୍ପୂର୍ଣ୍ଣ ସବସ୍କ୍ରାଇବ ହୋଇସାରିଛି । କିନ୍ତୁ ଖୁଚୁରା ନିବେଶକ କୋଟାରେ ପୂରା ସବସ୍କ୍ରାଇବ୍‌ ହୋଇପାରି ନାହିଁ । ଆଇପିଓ ଆରମ୍ଭ ହେବାର ପ୍ରଥମ ଏକରୁ ଦୁଇ ଘଣ୍ଟା ମଧ୍ୟରେ ଯେପରି ପ୍ରତିକ୍ରିୟା ଦେଖଇବାକୁ ମିଳିଥିଲା, ସେଥିରୁ ଜଣାପଡ଼ୁଥିଲା ସନ୍ଧ୍ୟା ସୁଦ୍ଧା ରିଟେଲ କୋଟା ମଧ୍ୟ ସମ୍ପୂର୍ଣ୍ଣ ହୋଇଯିବ । ତେବେ ଏହି IPOର ନିବେଶକମାନେ ଗତକାଲି ଠାରୁ ମେ ୯ ପର୍ଯ୍ୟନ୍ତ IPO ପାଇଁ ଆବେଦନ କରିପାରିବେ ।

ବୀମାଧାରକ କାଟାଗୋରୀରେ ଅଧିକ ଆପ୍ଲିକେସନ୍‌

ଏହି IPO ସମ୍ବନ୍ଧରେ LIC ନୀତି ଧାରକ ଏବଂ LIC କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ପଛରେ ଅନେକ କାରଣ ଅଛି । ଆଇପିଓକୁ ଅଧିକ ବିଶ୍ୱସ୍ତ କରିବା ପାଇଁ ପଲିସି ଧାରକ କାଟାଗୋରୀରେ ୧୦ପ୍ରତିଶତ ସଂରକ୍ଷଣ ଦେଇଛନ୍ତି ସରକାର । ଏଥିସହ ସେୟାର ପିଛା ୬୦ ଟଙ୍କା ରିହାତି ଦିଆଯାଉଛି । କେବଳ ଏତିକି ନୁହେଁ LIC କର୍ମଚାରୀମାନେ IPOରେ ସେୟାର ପିଛା ୪୫ ଟଙ୍କା ରିହାତି ପାଉଛନ୍ତି ।

ତେବେ ଖୁଚୁରା ନିବେଶକମାନେ ଏହି ଆଇପିଓରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ସରକାର ଆଶା ପ୍ରକଟର କରିଛନ୍ତି । ଏହି ନିବେଶକମାନଙ୍କ ମଧ୍ୟରୁ ଅଧିକାଂଶ ଏମିତି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଏକ IPO ରେ ଟଙ୍କା ବିନିଯୋଗ କରିବେ । ଯଦି ଆପଣ ମଧ୍ୟ ଏହି IPO ରେ ଆବେଦନ କରିବାକୁ ଚାହାଁନ୍ତି, ଆମେ ଆପଣଙ୍କୁ ସହଜ ଉପାୟ କହିବୁ । ଯାହା ସହିତ ଆପଣ କିଛି ସେକେଣ୍ଡରେ ସଠିକ୍ ବର୍ଗ ଚୟନ କରି ଏହି IPO ରେ ଆବେଦନ କରିପାରିବେ । ତେବେ ଏଥିପାଇଁ ଡମାର୍ଟ ଆକାଉଣ୍ଟ୍‌ ରହିବା ଜରୁରୀ ।

ଯେତେବେଳେ ଆପଣ କୌଣସି (Brokerage House)ର ଡିମାଟ୍ ଆକାଉଣ୍ଟରୁ LIC ର IPO ପାଇଁ ଆବେଦନ କରନ୍ତି, Investor ବର୍ଗ ବାଛିବାବେଳେ ଆପଣଙ୍କୁ ତିନୋଟି ବିକଳ୍ପ ମିଳିବ।

1. ନୂତନ

2. ପଲିସିଧାରୀ

3. କର୍ମଚାରୀ

LIC ପଲିସି ଧାରୀ କିପରି ଆବେଦନ କରିବେ ?

LIC ପଲିସିଧାରୀ ଆବେଦନ କରିବାକୁ ଚାହିଁଲେ ପଲିସିଧାରୀ ବର୍ଗ ବାଛିବାକୁ ପଡିବ । ଏହି ବର୍ଗ ଚୟନ କରି ଆପଣ LIC IPO ରେ ୧୦ ପ୍ରତିଶତ ସଂରକ୍ଷଣ ପାଇବେ । ଏହା ବ୍ୟତୀତ ପଲିସିଧାରୀଙ୍କ ପାଇଁ ସେୟାର ପିଛା ୬୦ ଟଙ୍କା ମଧ୍ୟ ଲାଭ ମିଳିବ ।

LIC କର୍ମଚାରୀଙ୍କ କିପରି ଆବେଦନ କରିବେ ?

ଅନ୍ୟପଟେ ଯଦି ଆପଣ LICର ଜଣେ କର୍ମଚାରୀ, ତେବେ ଆପଣଙ୍କୁ କର୍ମଚାରୀ ବର୍ଗରେ କ୍ଲିକ୍ କରିବାକୁ ପଡିବ । LIC କର୍ମଚାରୀମାନେ ଏହି IPO ରେ ଆବେଦନ କରିବା ପାଇଁ ସେୟାର ପିଛା ୪୫ ଟଙ୍କା ରିହାତି ପାଇବେ ।

ଖୁଚୁରା ନିବେଶକଙ୍କ ପାଇଁ ପଦ୍ଧତି

ଯଦି ଆପଣ ଏକ LIC ପଲିସିଧାରୀ ନୁହଁନ୍ତି କିମ୍ବା ଆପଣ LIC ର କର୍ମଚାରୀ ନୁହଁନ୍ତି, ତେବେ ଆପଣଙ୍କୁ ସାଧାରଣ ବର୍ଗ ଚୟନ କରିବାକୁ ପଡିବ । ଯଥା ନୂତନ ବର୍ଗ ।

ସାଧାରଣ ଲୋକଙ୍କ ପାଇଁ ଗତକାଲି ଠାରୁ ମେ ୯ ପର୍ଯ୍ୟନ୍ତ ଏହି IPO ରେ ବିନିଯୋଗ କରିବାକୁ ସମର୍ଥ ହୋଇପାରିବା । ଶେୟାର ଆବଣ୍ଟନ ମେ ୧୨ରେ ହେବ ଏବଂ ଷ୍ଟକ୍ ମାର୍କେଟରେ LIC IPO ର ତାଲିକା ମେ ୧୭ରେ ହେବ ବୋଲି ଜଣାପଡ଼ିଛି ।