Advertisment

Bank Holiday June 2023: କାମ ଶୀଘ୍ର ସାରନ୍ତୁ; ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

କ୍ୟାଲେଣ୍ଡରରେ ମାସ ପରିବର୍ତ୍ତନ ହେବା ମାତ୍ରେ ବ୍ୟାଙ୍କ ଛୁଟିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥାଏ। ଆଉ ଯେହେତୁ ଏବେ ଜୁନ ମାସ ଚାଲିଛି ଏହା ଛୁଟି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।

ଅଦ୍ୟତନ ହୋଇଛି
Bank

Bank

Advertisment

କ୍ୟାଲେଣ୍ଡରରେ ମାସ ପରିବର୍ତ୍ତନ ହେବା ମାତ୍ରେ ବ୍ୟାଙ୍କ ଛୁଟିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥାଏ। ଆଉ ଯେହେତୁ ଏବେ ଜୁନ ମାସ ଚାଲିଛି ଏହା ଛୁଟି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଦେଖିବା, ତେବେ ଜୁନ୍ ମାସରେ ବ୍ୟାଙ୍କ କର୍ମଚାରୀଙ୍କୁ ଏକ ଲମ୍ବା ଓ୍ବିକେଣ୍ଡ ମିଳିବ। ଏହା ବ୍ୟତୀତ, ବ୍ୟାଙ୍କଗୁଡ଼ିକ ମୋଟ ୧୨ ଦିନ ପାଇଁ ବନ୍ଦ ରହିବ।

Advertisment

ଅଧିକ ପଢନ୍ତୁ: କାଜୁ ଜଙ୍ଗଲରେ ପିଟି ପିଟି ମାରିବା ପରେ ହୋଇଥିଲା ଫେରାର୍

ପାଞ୍ଚଟି ରବିବାର ଏବଂ ଦୁଇଟି ଶନିବାରର ନିୟମିତ ଛୁଟି ରହିବ। ଏଥିରେ୧ ଜୁନ, ୮ ଜୁନ୍, ରବିବାର, ୧୪ ଜୁନ ସେକେଣ୍ଡ ସଟରଡେ, ୧୫ ଜୁନ, ୨୨ ଜୁନ ରବିବାର, ୨୮ ଜୁନ ୪ର୍ଥ ଶନିବାର ଏବଂ ୨୯ ଜୁନ ରବିବାର ଅନ୍ତର୍ଭୁକ୍ତ । ଏହାଛଡ଼ା ଏବେ ଆସନ୍ତୁ ନଜର ପକାଇବା ରାଜ୍ୟ ତଥା ଦେଶରେ ଆଉ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ।

୬ ଜୁନ ଶୁକ୍ରବାର ଦିନ ବକ୍ରୀଦ ଉପଲକ୍ଷେ କେରଳର କୋଚି ଏବଂ ଥିରୁବନନ୍ତପୁରମରେ ବନ୍ଦ ରହିବ ବ୍ୟାଙ୍କ, 7 ଜୁନ ଶନିବାରରେ ବକ୍ରୀଦ ଉପଲକ୍ଷେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ, ସେହିପରି ଜୁନ୍ ୧୧ ବୁଧବାର ସନ୍ଥ କବୀର ଜୟନ୍ତୀ, ସାଗା ଦାବା ଅବସରରେ ସିକିମ୍ ଏବଂ ମେଘାଳୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହାଛଡ଼ା ୨୭ ଜୁନ ଶୁକ୍ରବାର ରଥଯାତ୍ରା ଓ କାଙ୍ଗ ଅବସରରେ ଓଡ଼ିଶା ଏବଂ ମଣିପୁରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏବଂ ୩୦ ଜୁନ୍ ସୋମବାର ରେମନା ନୀ ଅବସରରେ ମିଜୋରାମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

Advertisment

RBI ଛୁଟି ତାଲିକା ଅନୁଯାୟୀ, ବକ୍ରୀଦ୍ ଅବସରରେ ବ୍ୟାଙ୍କଗୁଡ଼ିକ ପାଇଁ ଏକ ଲମ୍ବା ଛୁଟି ହେବାକୁ ଯାଉଛି। ୬, ୭ ଜୁନ୍ ବ୍ୟତୀତ, ୮ ଜୁନ୍ ରବିବାର ଦିନ ସାରା ଦେଶର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ତେବେ ଏହି ଛୁଟିରେ ମଧ୍ୟ ଇଣ୍ଟରନେଟ୍ ବ୍ୟାଙ୍କିଂ ବ୍ୟବସ୍ଥା ଜାରି ରହିବ। ଟଙ୍କା ଦେଣନେଣ, UPI, ବିଲ୍ ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ଅନଲାଇନ୍ ବୁକିଂ ଭଳି କାମରେ କୌଣସି ବାଧା ଉପୁଜିବ ନାହିଁ। ଏଥିପାଇଁ ଆପଣ ବ୍ୟାଙ୍କର ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର କରିପାରିବେ।

ଅଧିକ ପଢନ୍ତୁ: ମୌସୁମୀ ଉଭାନ! ଆଜି ବି କଲବଲ କରିବ ଗୁଳୁଗୁଳି

State Bank Of India Bank Holidays Employee Holidays
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ