Advertisment

Stock Market Crashed: ସେୟାର ମାର୍କଟ୍‌ରେ ରକ୍ତପାତ; ୭୬,୪୦୦ କୋଟି ହରାଇଲେ ଦେଶର ୪ ବିଲିୟନିୟର୍...

କିଏ କହିଲା ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହିଲା ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ଦେଶର ଶ୍ରେଷ୍ଠ ଚାରି ବିଲିୟନିୟର୍ - ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାବିତ୍ରୀ ଜିନ୍ଦଲ ଓ ଶିବ ନାଦରଙ୍କ ଗୋଟିଏ ଦିନରେ ପାଖାପାଖି ୭୬,୪୦୦ କୋଟି ଟଙ୍କା ସ୍ବାହା ହୋଇ ଯାଇଛି।

ଅଦ୍ୟତନ ହୋଇଛି
Stock Market Crashed

Stock Market Crashed

Advertisment

ଗତକାଲି ୧୦ ସେକେଣ୍ଡ୍ ଭିତରେ ନିବେଶକଙ୍କ ୨୦ ଲକ୍ଷ କୋଟି ସ୍ବାହା । ଏଥରୁ ବର୍ତ୍ତି ନାହିଁନ୍ତି ଅମ୍ବାନୀଙ୍କଠାରୁ ଆଦାନୀ ପର୍ଯ୍ୟନ୍ତ । କୋଟି କୋଟି ଟଙ୍କା ସ୍ବାହା ହୋଇଯାଇଛି। କିଏ କହିଲା ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହିଲା ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍ । ଦେଶର ଶ୍ରେଷ୍ଠ ଚାରି ବିଲିୟନିୟର୍ - ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାବିତ୍ରୀ ଜିନ୍ଦଲ ଓ ଶିବ ନାଦରଙ୍କ ଗୋଟିଏ ଦିନରେ ପାଖାପାଖି ୭୬,୪୦୦ କୋଟି ଟଙ୍କା ସ୍ବାହା ହୋଇ ଯାଇଛି। 

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କର ପାଖାପାଖି ୨୫୦୦୦ କୋଟି, ସେମିତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କର ୨୪୦୦୦ କୋଟି ।  ସେହିପରି ଜିନ୍ଦଲ ଗ୍ରୁପ ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲ ଓ ଏଚସିଏଲ ‍(HCL) ଟେକ୍ନୋଲୋଜିର ଚେୟାରମ୍ୟାନ୍ ଶିବ ନାଦର ୧୯, ୭୦୦ କୋଟି ଓ ୭,୭୦୦ କୋଟି ଟଙ୍କା ଗୋଟିଏ ଦିନରେ ହରାଇଛନ୍ତି ।

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

କାଲି ମାର୍କେଟ୍‌ ଖୋଲୁଖୋଲୁ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଥିଲା ବେଳେ, ନିଫ୍ଟି-୫୦ ଇଣ୍ଡେକ୍ସ ୧୧ ଶହ ପଏଣ୍ଟ ହ୍ରାସ ପାଇଥିଲା। ତେବେ ଦ୍ରୁତ ହ୍ରାସ ପରେ କାରବାର ଶେଷ ହେବା ବେଳକୁ ବଜାର ସାମାନ୍ୟ ସୁଧୁରିଥିଲା। ସେନସେକ୍ସ ୨.୯୫ ପ୍ରତିଶତ ଖସି ପ୍ରାୟ ୭୩ ହଜାର ପଏଣ୍ଟରେ ଏବଂ ନିଫ୍ଟି ୩.୨୪ ପ୍ରତିଶତ ଖସି ପ୍ରାୟ ୨୨ହଜାର ପଏଣ୍ଟରେ କ୍ଲୋଜ୍ ହୋଇଥିଲା । ଖାଲି ଭାରତ ନୁହେଁ, ସାରା ବିଶ୍ବ ବଜାରରେ ହାହାକାର ହୋଇଥିଲା । 

Advertisment

ତେବେ ଆଜି ଆସିଛି ସୁଧାର। ଭାରତ ପରି ଚୀନ୍-ଜାପାନ-ଅଷ୍ଟ୍ରେଲିଆ ସେୟାର ମାର୍କେଟ୍ ପଜିଟିଭ୍ ସହ ଖୋଲିଛି। କାଲି ଅପେକ୍ଷା ଆଜିର ସେୟାର ବଜାରରେ ଅଭିବୃଦ୍ଧି ହୋଇଛି। ସେନସେକ୍ସରେ ହଜାରରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏଥିସହ  ନିଫ୍ଟିରେ ମଧ୍ୟ ୩୦୦ ପଏଣ୍ଟ ବୃଦ୍ଧି ହୋଇଛି। 

ଅଧିକ ପଢ଼ନ୍ତୁ: ସେୟାର ମାର୍କେଟ୍ ରକ୍ତପାତ; ଚିନ୍ତାରେ ନିବେଶକ, କଣ କହୁଛନ୍ତି ବିଶେଷଜ୍ଞ ? ଜାଣନ୍ତୁ...

Advertisment
Mukesh Ambani Stock Market Gautam Adani Savitri Jindal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ