• Astrospeak
  • Live TV
  • Read In English

India trade : ଏହି ସବୁ ଶତ୍ରୁ ଦେଶଙ୍କ ସହ ବ୍ୟବସାୟ କରୁଛି ଭାରତ, ପାକିସ୍ତାନରୁ ବି କରୁଛି ଆମଦାନୀ

ଭାରତ ଚମଡା ଜିନିଷ ଓ ବହୁଳ ପରିମାଣରେ ତୁଳା ଆମଦାନୀ କରିଥାଏ ପାକିସ୍ତାନରୁ । ଚୀନ ଠାରୁ ଇଲେକଟ୍ରେ।ନିକ୍ସ ସାମଗ୍ରୀ, ତୁର୍କୀରୁ ହାତ ତିଆରି କାରପେଟ୍ , ବିଭିନ୍ନ ଡିଜାଇନର ମେ।ଜାଇକ ଲ୍ୟାମ୍ପ ଭାରତ ଆସିଥାଏ । ବିଭିନ୍ନ ପ୍ରକାର ମସଲା ପାଇଁ ନେପାଳ ଉପରେ ନିର୍ଭରଶୀଳ ।

India trade
India trade

ବିଶ୍ବରେ ଭାରତର ଅନେକ ବନ୍ଧୁ ରାଷ୍ଟ୍ର ଅଛନ୍ତି । ପାକିସ୍ତାନ ଓ ଚୀନ ଭଳି ଶତ୍ରୁ ଦେଶ ବି ଅଛନ୍ତି । ଶତ୍ରୁତା ଥାଇ ବି ଅନେକ କ୍ଷେତ୍ରରେ ଦେଶ ମାନଙ୍କୁ ପରସ୍ପରର ଆବଶ୍ୟକତା ପଡିଥାଏ । ସଂପର୍କରେ ଫାଟ ଥିଲେ ବି ବାଣିଜ୍ୟ କାରବାର ବନ୍ଦ ହୁଏନି ଯେତେବେଳେ ଯାଏ ଯୁଦ୍ଧ ଭଳି ସ୍ଥିତି ଉପୁଜିନାହିଁ । ଆସନ୍ତୁ ଜାଣିବା ଭାରତ ନିଜ ଶତ୍ରୁ ଦେଶ ମାନଙ୍କ ଠାରୁ କଣ କଣ କିଣିଥାଏ ।

ଭାରତ ରକ୍ ସଲ୍ଟ ପାଇଁ ଅନେକାଂଶରେ ପାକିସ୍ତାନ ଉପରେ ନିର୍ଭରଶୀଳ । ଖାସକରି ବ୍ରତ ଓ ପୂଜାପାଠ ସମୟରେ ପାକିସ୍ତାନର ଖେୱଡା ଖାଦାନରୁ ଆସୁଥିବା ଏହି ଲୁଣ ଭାରତୀୟ ରେ।ଷେଇର ଏକ ଅଙ୍ଗ ପାଲଟିଛି । ତେବେ ୨୦୧୯-୨୦ ରୁ ଭାରତ ସାଉଦି ଆରବରୁ ରକ୍ ସଲ୍ଟର ଆମଦାନୀ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ:  ଗେ।ଟିଏ ଭୁଲ ଯେ।ଗୁ ସବୁ ହରାଇଲେ, ବୁଡ଼ିଗଲା ୧୫ ହଜାର କୋଟିର ସାମ୍ରାଜ୍ୟ

ଭାରତ ପାକିସ୍ତାନ ଠାରୁ ମୁଲତାନୀ ମାଟି ବି ଆମଦାନୀ କରିଥାଏ । ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ନିର୍ମ।ଣରେ ମୁଲତାନୀ ମାଟି ବ୍ୟବହାର ହୁଏ । ଆର୍ୟୁବେଦିକ ଚିକିତ୍ସାରେ ମଧ୍ୟ ଏହାର ବହୁଳ ବ୍ୟବହାର ହେ।ଇଥାଏ ।

ଭାରତ ଚମଡା ଜିନିଷ ଓ ବହୁଳ ପରିମାଣରେ ତୁଳା ଆମଦାନୀ କରିଥାଏ ପାକିସ୍ତାନରୁ । ଏହି ଉତ୍ପାଦ ଭାରତୀୟ ଟେକ୍ସଟାଇଲ ଓ ଚମଡା ଉଦ୍ୟେ।ଗ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ୨୦୨୨ରେ ଭାରତ-ପାକ୍ ମଧ୍ୟରେ ୨.୫ ବିଲିୟନ ଡଲାରର ଏହି ବେପାର ହେ।ଇଥିଲା ।

ପାକିସ୍ତାନରୁ ତାଜା ଫଳ ଯେପରି ତରଭୁଜ ଓ ଡ୍ରାଏ ଫ୍ରୁଟସ୍ (ବାଦାମ, କିସମିସ) ଭାରତ ଆସିଥାଏ । ଏହି ସବୁ ଜିନିଷ କଶ୍ମୀର ରାସ୍ତା ଦେଇ ଦିଲ୍ଲୀ ବଜାରରେ ପହଞ୍ଚିଥାଏ । ୨୦୧୭ରେ ଭାରତ ପାକିସ୍ତାନରୁ ୮୯.୬୨ ମିଲିୟନ ଡଲାରର ଫଳ ଆମଦାନୀ କରିଥିଲା ।

ଭାରତ ତୁର୍କୀରୁ ହାତ ତିଆରି କାରପେଟ୍ , ବିଭିନ୍ନ ଡିଜାଇନର ମେ।ଜାଇକ ଲ୍ୟାମ୍ପ ଓ ଡେକେ।ରେଟିଭ ଟାଇଲ ଆମଦାନୀ କରିଥାଏ । ଦିଲ୍ଲୀର ହଜ ଖାସ ଓ ମୁମ୍ବାଇର କେ।ଲାବା ଭଳି ବଜାରରେ ଏହି ସବୁ ତୁର୍କୀ ଜିନିଷ ବିକ୍ରି ହୁଏ । ୨୦୨୩-୨୪ ରେ ଭାରତ-ତୁର୍କୀ ବ୍ୟାପାର ୧୦.୪୩ ଅରବ ଡଲାରର ଥିଲା ।

ତୁର୍କୀର ଅଲିଭ ଅଏଲ, ଡ୍ରାଏ ଫ୍ରୁଟସ୍,ଚେରି ଭାରତରେ ଖୁବ ଲେ।କପ୍ରିୟ । ବଡ ବଡ଼ ସହରରେ ଥିବା ସୁପରମାର୍କେଟରେ ଏହାର ଡିମାଣ୍ଡ ଅଧିକ ।

ଚୀନ ଠାରୁ ଭାରତ ଇଲେକଟ୍ରେ।ନିକ୍ସ ସାମଗ୍ରୀ ଯେପରିକି ଟିଭି, ସାଉଣ୍ଡ ରେକର୍ଡର, ସ୍ପେୟାର ପାର୍ଟ ଆମଦାନୀ କରିଥାଏ । ୨୦୨୧-୨୨ରେ ଚୀନରୁ ୩ହଜାର କେ।ଟି ଡଲାରର ଇଲେକଟ୍ରେ।ନିକ୍ସ ସାମଗ୍ରୀ ଆମଦାନୀ କରିଥିଲା ଭାରତ । ଯାହା ସମୁଦାୟ ଆମଦାନୀର ୭୦ପ୍ରତିଶତ ।

ବାଂଲାଦେଶରୁ ଭାରତ କପଡା ଓ ରାସାୟନିକ ଉତ୍ପାଦ ଆମଦାନୀ କରିଥ।ଏ । ଯାହା ଫ୍ୟାସନ ଇଣ୍ଡଷ୍ଟ୍ରି ପାଇଁ ଗୁରୁତ୍ବପୂର୍ଣ୍ଣ । ଶସ୍ତା ଓ ଭଲ ଉତ୍ପାଦ ପାଇଁ ବାଂଲାଦେଶର ଟେକ୍ସଟାଇଲ ଇଣ୍ଡଷ୍ଟ୍ରୀ ଉପରେ ଭାରତ ନିର୍ଭର କରେ ।

ନେପାଳରୁ ଭାରତ ଅଦା, ମସଲା, ଅନ୍ୟ କୃଷି ଉତ୍ପାଦ ଆଣିଥାଏ । ଯାହାକି ଭାରତୀୟଙ୍କ ଭେ।ଜନରେ ବହୁଳ ମାତ୍ର।ରେ ବ୍ୟବହାର ହେ।ଇଥାଏ । ନେପାଳରେ ପ୍ରାକୃତିକ ଉପାୟରେ ଚାଷ କରାଯାଏ । ଫଳରେ ଏହାର କୃଷିଜାତ ଦ୍ରବ୍ୟର ଖୁବ ଚାହିଦା ରହିଛି ଭାରତୀୟ ବଜାରରେ । ସେହିପରି ମିଆଁମାରରୁ ଚା’, ଗେ।ଲମରିଚ, କୃଷି ଦ୍ରବ୍ୟ ଆମଦାନୀ କରିଥାଏ ଭାରତ ।

ଅଧିକ ପଢ଼ନ୍ତୁ: ଅନେକ ଦେଶଙ୍କୁ ପଛରେ ପକାଇଛି ଭାରତ, ଷଷ୍ଠ ସ୍ଥାନରେ ଅଛି ଆମେରିକା