Advertisment

ଶୁଭ୍ରକାନ୍ତ ପଣ୍ଡା ହେଲେ ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି

ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା 'ଫିକି ଇଣ୍ଡିଆ' ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ ।

author-image
Manoranjan Behera
ଅଦ୍ୟତନ ହୋଇଛି
Subhrakant Panda

Subhrakant Panda

ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ (FICCI)ର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭକାନ୍ତ ପଣ୍ଡାଙ୍କୁ ପରବର୍ତ୍ତୀ ସଭାପତି ଭାବେ ଘୋଷଣା କରାଯାଇଛି । ଶ୍ରୀ ପଣ୍ଡା ବର୍ତ୍ତମାନ ଫିକିର ସିନିଅର ଭାଇସ ପ୍ରେସିଡେଣ୍ଟ ଭାବେ ପଦସ୍ଥ ଅଛନ୍ତି ଏବଂ ଡିସେମ୍ବର ୧୬ -୧୭ ,୨୦୨୨ ରେ ହେବାକୁ ଥିବା ଫିକିର ୯୫ ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଂଜୀବ ମେହେଟାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ।

Advertisment

ଶ୍ରୀ ପଣ୍ଡା ଦେଶର ଅଗ୍ରଣୀ ଫେରୋ ଆଲୟ ଉତ୍ପାଦନକାରୀ କମ୍ପାନୀ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଭାବେ କମ୍ପାନୀର ବିଭିନ୍ନ ଦାୟିତ୍ୱ ସଫଳତାର ସହିତ ପରିଚାଳନା କରିଛନ୍ତି । ଏହାସହ ଇମ୍ଫାକୁ ଏକ ଲାଭଜନକ ସଂସ୍ଥା ଭାବେ ଅବସ୍ଥାପିତ କରାଇଛନ୍ତି ।

ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା 'ଫିକି ଇଣ୍ଡିଆ' ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ପଣ୍ଡା ଫିକି ସହିତ ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ କାର୍ଯ୍ୟ ସହ ଜଡିତ ଅଛନ୍ତି । ଫିକି ଓଡ଼ିଶାର ପ୍ରଥମ ରାଜ୍ୟ ଅଧ୍ୟକ୍ଷ ହେବା ସହିତ ଜାତୀୟ ମାନୁଫାକଚରିଂ କମିଟିର ମଧ୍ୟ ଅଧ୍ୟକ୍ଷ ରୂପେ କାର୍ଯ୍ୟ ନିର୍ବାହ କରିଛନ୍ତି । ୨୦୧୭-୧୮ ରେ ଆନ୍ତର୍ଜାତିକ ଚାମ୍ବର ଅଫ କମର୍ସର ଇଣ୍ଡିଆ ଚାପ୍ଟରର ସଭାପତି ପଦ ଏବଂ ୨୦୧୩-୧୫ ରେ ପ୍ୟାରିସ ସ୍ଥିତ ଇଣ୍ଟରନାସନାଲ କ୍ରୋମିଅମ ଡେଭଲପମେଣ୍ଟ ଆସୋସିଏସନ (ଆଇସିଡ଼ିଏ)ର ସଭାପତି ପଦ ସେ ନିର୍ବାହ କରିଛନ୍ତି ।

Advertisment

ଆମେରିକା ସ୍ଥିତ ବୋଷ୍ଟନ ୟୁନିଭେର୍ସିଟି କ୍ୱେଷ୍ଟର୍ମ ସ୍କୁଲ ଅଫ ବିଜିନେସରୁ ଫାଇନାନ୍ସ ଓ ଅପରେସନ ମ୍ୟାନେଜମେଣ୍ଟରେ ଯୌଥ ଡିଗ୍ରୀ ହାସଲ କରିଥିବା ଶ୍ରୀ ପଣ୍ଡା, ପଢିବା ଏବଂ ଟେକ୍ନୋଲୋଜିରେ ରୁଚି ରଖନ୍ତି ।

ଫିକିର ନୂଆ ସଭାପତି ଘୋଷଣା ଅବସରରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ବ୍ରହ୍ମାନନ୍ଦ ମିଶ୍ର କହିଛନ୍ତି ଯେ, "ଆମେ ୟୁସିସିଆଇ ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ପ୍ରଥମ ଓଡ଼ିଆ ଭାବେ ଫିକିର ଜାତୀୟ ସଭାପତି ଭାବେ ଚୟନ ହୋଇଥିବାରୁ ଶୁଭେଚ୍ଛା ଜଣାଉଛୁ । ଏହାସହ ଚାମ୍ବର ପକ୍ଷରୁ ତାଙ୍କ ନାମ ପ୍ରସ୍ତାବ ଦେଇଥିବାରୁ ନିଜକୁ ଗୌରବାନ୍ୱିତ ଅନୁଭବ କରୁଛୁ ।”

ବିଶିଷ୍ଟ ଶିଳ୍ପପତି ତଥା ସ୍ଵସ୍ତି ଗୃପର ଅଧ୍ୟକ୍ଷ ଜେକେ ମହାନ୍ତି କହିଛନ୍ତି ଯେ, "ଶ୍ରୀ ପଣ୍ଡା ଫିକି ଭଳି ଜାତୀୟ ଅର୍ଗାନାଇଜେସନର ପରବର୍ତ୍ତୀ ସଭାପତି ହେବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଶିଳ୍ପାୟନ ଓ ବାଣିଜ୍ୟିକ କ୍ଷେତ୍ରରେ ଥିବା ତାଙ୍କର ଗଭୀର ଅଭିଜ୍ଞତା ଓ ଅନୁଭୂତି ଦ୍ୱାରା ଫିକିର ସଦସ୍ୟ ମାନଙ୍କ ନିମନ୍ତେ ଲାଭଦାୟକ ହେବ ବୋଲି କହିବା ସହିତ ତାଙ୍କର ସଫଳତା କାମନା କରିଛନ୍ତି ।

Ficci Subhrakant Panda
Advertisment
Advertisment