Business Is Not Easy: ସର୍ଟକଟ ନୁହେଁ... ବ୍ୟବସାୟରେ ବି ଥାଏ ଏମିତି ସଂଘର୍ଷ

ବେଙ୍ଗାଲୁରୁରେ ଥିବା OKCreditର ସହ-ପ୍ରତିଷ୍ଠାତା ହର୍ଷ ପୋଖର୍ନା ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ଉଦ୍ଦେଶ୍ୟରେ ଚାକିରି ଭଲ ଦରମା ମିଳୁଥିବା ଛାଡିଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା ।

ବ୍ୟବସାୟରେ ଥାଏ ଏତେ ସଂଘର୍ଷ !

ବର୍ତ୍ତମାନର ଯୁବପିଢ଼ି ଚାକିରୀ ବଦଳରେ ବ୍ୟବସାୟ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଅନେକ ଯୁବକ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଚାକିରି ପରିତ୍ୟାଗ କରୁଛନ୍ତି । ଏମିତି କରି କିଛି ବ୍ୟକ୍ତି ସଫଳତା ପାଉଥିବାବେଳେ କିଛି ବ୍ୟକ୍ତି ଅସଫଳ ମଧ୍ୟ ହୁଅନ୍ତି । ଅନେକ ଯୁବକ ସ୍ୱାଧୀନ ଭାବେ ବ୍ୟବସାୟ କରିବା ପାଇଁ ଉଚ୍ଚ ବେତନର ଚାକିରୀକୁ ମଧ୍ୟ ଛାଡ଼ିଦିଅନ୍ତି । କିଛି ବ୍ୟକ୍ତି ଖୁବ୍ କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଭଲ ଦରମା ମିଳୁଥିବା ଚାକିରୀ ଛାଡିଦିଅନ୍ତି । ପରେ ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥାଏ ।

ଆସନ୍ତୁ ସେମିତି ଏକ ଯୁବ ବ୍ୟବସାୟୀଙ୍କ ବିଷୟରେ ଜାଣିବା...

ଜଣେ ଯୁବ ବ୍ୟବସାୟୀ ଭଲ ଦରମା ମିଳୁଥିବା ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା । ବେଙ୍ଗାଲୁରୁରେ ଥିବା OKCreditର ସହ-ପ୍ରତିଷ୍ଠାତା ହର୍ଷ ପୋଖର୍ନା ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ଉଦ୍ଦେଶ୍ୟରେ ଚାକିରି ଛାଡିଦେଇଥିଲେ ।

ଏହାପରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭ କରିବା ପରେ ତାଙ୍କୁ ଯେଉଁ ସଂଘର୍ଷ କରିବାକୁ ପଡିଥିଲା । ବ୍ୟବସାୟରେ ତାଙ୍କ ସହ ଘଟିଥିବା ଘଟଣାକୁ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ତେବେ ନିଜର ପୋଷ୍ଟ୍ ମାଧ୍ୟମରେ ସେ ସାମ୍ନା କରିଥିବା ବାଧାବିଘ୍ନକୁ ପ୍ରକାଶ କରି ଅନ୍ୟମାନଙ୍କୁ ସତର୍କ କରାଇଛନ୍ତି ।

ଆଇଆଇଟି କାନପୁରରେ ପାଠ ପଢିଥିବା ହର୍ଷ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୩ଟି କ୍ଷେତ୍ରରେ ବ୍ୟବସାୟ କରିବା ପାଇଁ ଚେଷ୍ଠା କରିଥିଲେ । କିନ୍ତୁ ସବୁଥିରେ ଅସଫଳ ହୋଇଥିଲେ । ଏହାପରେ ସେ ଆର୍ଥୀକ ସଙ୍କଟ ଦେଇ ଗତି କରିଥିଲେ । ଏମିତିକି ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯାଇଥିଲା । ଏହାପରେ ଫ୍ରିଲାନ୍ସିଂ କାମକରି ନିଜର ପ୍ରଚେଷ୍ଠା ଜାରି ରଖିଥିଲେ ।

 

ଦୁଇ ବର୍ଷର ବିଫଳତା ପରେ ସେ ଏକ ଡିଜିଟାଲ୍ ଲେଜର ପ୍ଲାଟଫର୍ମ OKCredit ର ସହ ପ୍ରତିଷ୍ଠାତା ହୋଇଥିଲେ । ଏହାପରେ ଏହି ଷ୍ଟାର୍ଟଅପ୍ ଧିରେ ଧିରେ ଲୋକପ୍ରିୟ ହୋଇଥିଲା । ତେବେ ସେ ନିଜର ବ୍ୟବସାୟିକ ଅଭିଜ୍ଞତାକୁ ପ୍ରକାଶକରି କହିଛନ୍ତି, 'ଏକ ନୂତନ ବ୍ୟବସାୟ ଆରମ୍ଭକରିବା ପାଇଁ ଦୀର୍ଘ ସମୟର ପ୍ରଚେଷ୍ଠା ଆବଶ୍ୟକ ହୋଇଥାଏ । ଟଙ୍କା ଉପାର୍ଜନ ପାଇଁ ବ୍ୟବସାୟ ଏକ ସର୍ଟକଟ ଉପାୟ ନୁହେଁ । ତେଣୁ ଉଦ୍ୟୋଗୀମାନେ ଶୀଘ୍ର ଧନ ଉପାର୍ଜନ ଲୋଭ ଅପେକ୍ଷା ସମସ୍ୟାର ସମାଧାନ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍ ।' ତେବେ ତାଙ୍କର ଏହି କଥା ଅନେକ ଉଦ୍ୟୋଗୀଙ୍କୁ ପ୍ରଭାବିତ କରିଛି । ଅନେକ ଉଦ୍ୟୋଗୀ ତାଙ୍କ ମତ ସହ ସହମତି ପ୍ରକାଶ କରିଛନ୍ତି ।