/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687180188.jpg)
pm mudra yojana 2023
ଆପଣ ନୂଆକରି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କି ? ଯଦି ଆପଣ ନୂଆ କରି କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ଲୋନ୍ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ସରକାର ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ଲୋନ୍ ଦେବେ ।
ଭାରତ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ ଦମଦାର ଯୋଜନା କରାଯାଇଛି । ଯାହାକୁ ନେଇ ନୂଆକରି ବ୍ୟବସାୟ ଆରମ୍ଭ କରିବାକୁ ଥିବା ଇଚ୍ଛୁକ ବ୍ୟକ୍ତିମାନେ ଲାଭ ପାଇପାରିବେ । ଭାରତ ସରକାରଙ୍କ ଏହି ଯୋଜନାର ନାଁ ହେଉଛି ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ । ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା ଅଧିକ ତଥ୍ୟ...
ଭାରତ ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଶିଶୁ, କିଶୋର ଓ ତରୁଣ ପାଇଁ ଭିନ୍ନ ରହିଛି । ଯାହାଫଳରେ ସମସ୍ତଙ୍କ ପାଇଁ ଲୋନ୍ର ବ୍ୟବସ୍ଥା ଅଲଗା କରାଯାଇଛି । ଏଥିପାଇଁ କୌଣସି ସିକ୍ୟୁରିଟିର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ଦିଆଯାଇଥିବା ସୂଚନା ଆଧାରରେ ଯଦି ଆପଣ ନୂଆକରି ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଆପଣ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ରେ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ଯାଏଁ ଆପଣ ଲୋନ୍ ନେଇପାରିବେ । ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ରେ ଆପଣ ଲୋନ୍ ନେବାକୁ ଇଚ୍ଛୁକ ଥିଲେ https://www.mudra.org.in/ରେ ଆପଣ ଲଗ୍ ଇନ୍ କରି ଆବେଦନ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)