Advertisment

ବନ୍ଦ ହେବ ମାଗଣା ଟ୍ରାଞ୍ଜାକ୍ସନ ! ଏଣିକି UPI ପେମେଣ୍ଟରେ ଲାଗିପାରେ ଶୁଳ୍କ

ବର୍ତ୍ତମାନ UPI କ୍ଷେତ୍ରରେ ଫୋନ ପେ', ଗୁଗଲ ପେ’ର ଦବଦବା ରହିଛି। ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର କଡା କାର୍ଯ୍ୟାନୁଷ୍ଠାନ ପରେ ଫୋନ ପେ, ଗୁଗଲ ପେ’ର ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ବଢିଛି ।

ଅଦ୍ୟତନ ହୋଇଛି
UPI Transaction Charges

UPI transactions

Advertisment

ଦିନକୁ ଦିନ ଡିଜିଟାଲ୍ ପେମେଣ୍ଟ ବଢିବାରେ ଲାଗିଛି। ଲୋକମାନେ ସିଧାସଳଖ ଟଙ୍କା ନେଣଦେଣ ନ କରି ଡିଜିଟାଲ୍ ମାଧ୍ୟମକୁ ପସନ୍ଦ କରୁଛନ୍ତି। ନିବେଶ ପାଇଁ ହେଉ ଅଥବା ସପିଂ ଲୋକମାନେ ଅନଲାଇନରେ ଟଙ୍କା ପୈଠ କରୁଛନ୍ତି। ଏଥିପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡୁନଥିବା ବେଳେ ଅତି ସହଜରେ ମାତ୍ର କିଛି ସେକେଣ୍ଡରେ ପେମେଣ୍ଟ ହୋଇପାରୁଛି। ମାତ୍ର ଏବେ UPI ପେମେଣ୍ଟ କଲେ ଏଥିରେ ଫି’ ଲାଗିପାରେ। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି।

Advertisment

ବର୍ତ୍ତମାନ UPI କ୍ଷେତ୍ରରେ ଫୋନ ପେ', ଗୁଗଲ ପେ’ର ଦବଦବା ରହିଛି। ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର କଡା କାର୍ଯ୍ୟାନୁଷ୍ଠାନ ପରେ ଫୋନ ପେ, ଗୁଗଲ ପେ’ର ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ବଢିଛି । ବର୍ତ୍ତମାନ UPI ବଜାରର ୮୦% ଗୁଗୁଲ୍ ପେ ଏବଂ ୱାଲମାର୍ଟ ମାଲିକାନା ଫୋନ୍ ପେ ଦ୍ୱାରା ପରିଚାଳିତ ହେଉଛି। କାରଣ ପେଟିଏମ୍ ସେୟାର କ୍ରମାଗତ ହ୍ରାସ ପାଇବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: UPI ପେମେଣ୍ଟରେ ସମସ୍ୟା ହେଉଛି କି ? କାରଣ କହିଲା NPCI...ଜାଣନ୍ତୁ କେମିତି କରିବେ ଠିକ୍‌...

Advertisment

ଏପର୍ଯ୍ୟନ୍ତ ଏହି ସେବା ନିଶୁଳ୍କ ରହିଛି। ମାତ୍ର କମ୍ପାନୀମାନେ ଏଥିରେ ଚାର୍ଜ ଲଗାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଯଦିଓ ସରକାର ପୂର୍ବରୁ UPI ଉପରେ ଶୁଳ୍କ ଲାଗୁ କରିବାକୁ ମନା କରି ଦେଇଛନ୍ତି, ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଏଥିରେ ପରିବର୍ତ୍ତନ ଆଣିବା ନେଇ ଯୋଜନା ଚାଲିଛି।

ରିପୋର୍ଟ ଅନୁସାରେ ଫିନଟେକ୍ କମ୍ପାନୀଗୁଡିକ ରାଜସ୍ବ ନେଇ ଚିନ୍ତିତ ଅଛନ୍ତି । କମ୍ପାନୀଗୁଡିକ UPI ଉପରେ ଚାର୍ଜ ଆଦାୟ କରିବାକୁ ଚାହୁଁଛନ୍ତି । କମ୍ପାନୀଗୁଡିକର କହିବାନୁସାରେ ଲଙ୍ଗଟର୍ମ ଷ୍ଟାବିଲିଟି ପାଇଁ ମର୍ଚାଣ୍ଟ ରିହାତି ଅର୍ଥାତ୍ ଏମଡିଆର୍ ସହିତ କ୍ରେଡିଟ୍ କାର୍ଡ ସିଷ୍ଟମର ଆବଶ୍ୟକତା ହେଉଛି । ଅର୍ଥ ମନ୍ତ୍ରଣାଳୟ ସହିତ ହୋଇଥିବା ଏକ ବୈଠକରେ ଫିନଟେକ୍ କମ୍ପାନୀଗୁଡିକ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ।

Advertisment

ଡିଜିଟାଲ ବ୍ୟାଙ୍କିଙ୍ଗ ପରାମର୍ଶଦାତା ପାରଜତ ଗର୍ଗଙ୍କ ସୂଚନା ଅନୁସାରେ, ସମସ୍ତ UPI ୟୁଜର୍ସ ବର୍ତ୍ତମାନ ନଗଦ କାରବାର କରୁଛନ୍ତି। କୌଣସି ପ୍ରୋତ୍ସାହନ ବିନା ସେମାନେ ନୂତନ ଗ୍ରାହକ ଆଣିବା ନେଇ ଆଗ୍ରହୀ ହେବେ ନାହିଁ।  ତେବେ ବର୍ତ୍ତମାନ ସୁଦ୍ଧା UPI ଫି ଉପରେ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ରହିଛି।

ଅଧିକ ପଢ଼ନ୍ତୁ: ‘UPI’ ସେବା ଆରମ୍ଭ କଲା ଫ୍ଲିପକାର୍ଟ, ଏବେ ଏହି କମ୍ପାନୀଙ୍କୁ ଦେବ ଟକ୍କର...

UPI Transactions UPI Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ