Advertisment

Today Gold Price- 9th Nov : ବଢ଼ିଲା ସୁନା ଦର ! ଗହଣା କିଣିବା ପାଇଁ ଚାହୁଁଥିଲେ, ଜାଣି ନିଅନ୍ତୁ ଆଜିର ମୂଲ୍ୟ . .

ବିବାହ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରତିଦିନ ସୁନା ଦର ପରିବର୍ତ୍ତନ ହେଉଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Gold Price Today 9th Nov

gold price

ବିବାହ ଋତୁ ଆରମ୍ଭ ହୋଇସାରିଥିବା ବେଳେ ଜୋରସୋରରେ ଗହଣା କିଣା ଚାଲିଛି । ଦୁଇ ଦିନ ଧରି ସ୍ଥିର ରହିବା ପରେ ପୁଣି ବଢ଼ିଲା ସୁନା ଦର । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ୫୦୦ ଟଙ୍କା ଥିବାବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଁ ୫୧ ହଜାର ୧୧୦ ଟଙ୍କାରେ ପହଞ୍ଚିଛି ।

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୦୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪ ୫୦୦ ଟଙ୍କା, ୪୦,୨୦୦ ଟଙ୍କା ଓ ୩୧, ୫୦୦ ଟଙ୍କା ରହିଛି । ସୁନା କଏନ୍‌ର ମୂଲ୍ୟ ୪୦,୭୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୧,୮୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Advertisment
Gold Price Silver Price Gold Price Today
Advertisment
Advertisment