/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653034414.jpg)
Gold, silver rates today: Check latest prices of precious metals in Bhubaneswar & Cuttack
ପୁଣି ବଢ଼ିଲା ସୁନା ଦର । ଗତ କିଛି ଦିନ ହେବ ସାରାଦେଶରେ ଲାଗାତାର ଭାବେ ସୁନା ଓ ରୂପା ଦର ପରିବର୍ତ୍ତନ ଘଟୁଥିବାବେଳେ ଆଜି ଦରରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ଗତକାଲି ୨୩ କ୍ୟାରେଟ୍ର(ଜିଏଷ୍ଟି) ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୨ ହାଜାର ଥିବାବେଳେ ଆଜି ଦରରେ ୩୫୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁଯାୟୀ ରାଜଧାନୀରେ ଆଜି ୧୦ ଗ୍ରାମ୍ ସୁନା ୫୨ ହଜାର ୩୫୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୫୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୮୦୦ ଟଙ୍କା, ୪୦,୬୦୦ ଟଙ୍କା ଓ ୩୨,୩୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍ର ମୂଲ୍ୟ ୪୦,୮୦୦ ଟଙ୍କାରେ ପହଞ୍ଚିଛି ।
କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୩୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୪୫(କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ରୂପା ଦରରେ ୪୦୦ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ଏବେ ଶୁଦ୍ଧ ରୂପା କିଲୋ ପିଛା ୬୩,୮୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)