Advertisment

ଆଜି ଭୁବନେଶ୍ୱରରେ କ’ଣ ରହିଛି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ, ଜାଣନ୍ତୁ...

ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ର ସୁନା ମୂଲ୍ୟ ୫୦ ହଜାର ୩୬୦ ଟଙ୍କାରେ ପହଞ୍ଚିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
What are gold, silver prices in Odisha today

What are gold, silver prices in Odisha today

ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର । ବିବାହ ଋତୁ ଚାଲିଥିବା ବେଳେ ସାଧାରଣ ଲୋକେ ଏବେ ଚିନ୍ତାରେ । ଦୁଇ ଗ୍ରାମର ସୁନା ମୁଦି ଟିଏ କିଣିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ସବୁଦିନ ପରି ଆଜି ମଧ୍ୟ ସାରା ଦେଶରେ ସୁନା ଓ ରୂପା ଦରରେ ପରିବର୍ତ୍ତନ ଘଟିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ର ସୁନା ମୂଲ୍ୟ ୫୦ ହଜାର ୩୬୦ ଟଙ୍କାରେ ପହଞ୍ଚିଛି ।

Advertisment

ସେହିପରି ୧୦ ଗ୍ରାମ ପ୍ରତି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୪୯,୫୦୦  ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୭୦୦ ଟଙ୍କା, ୪୦,୫୦୦ ଟଙ୍କା ଓ ୩୨,୧୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦,୮୦୦ ଟଙ୍କାରେ ପହଞ୍ଚିଛି ।

କେବଳ ରାଜଧାନୀ ନୁହେଁ କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ପ୍ରତି ଗ୍ରାମ ପିଛା ୫,୨୩୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୩୬୦ (କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ଅନ୍ୟପକ୍ଷେ, ରୂପା ଦରରେ ନଜର ପକାଇଲେ ଗତ ସୋମବାର ଦିନ ୯୯୯.୯ର ଶୁଦ୍ଧ ରୂପା କିଲୋଗ୍ରାମ ୬୨,୯୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ୯୯.୫୦ର ଶୁଦ୍ଧ ରୂପା ମୂଲ୍ୟ ୫୨, ୩୫୦ଟଙ୍କାରେ ପହଞ୍ଚିଛି ।

ଭାରତୀୟ ବଜାରରେ ଉଚ୍ଚ ମୁଦ୍ରାସ୍ଫୀତି ହାର ସୁନା ମୂଲ୍ୟକୁ ଗତ କିଛି ଦିନ ମଧ୍ୟରେ ଅସ୍ଥିର କରିଦେଇଛି । ଡଲାର ଓ ୟୁରୋ ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେଉଥିବା ଯୋଗୁଁ ସୁନା ମୂଲ୍ୟ ବୃଦ୍ଧି ପାଉଥିବା ଜଣାପଡିଛି ।

ସେପଟେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Prices Silver Prices Odisha Gold Prices
Advertisment
Advertisment