Advertisment

Gold Price in India Today: ରେକର୍ଡ ଛୁଉଁଛି ସୁନା ଦର: ଆଜି କେତେ ଅଛି ଜାଣନ୍ତୁ

ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁନା ଦର ବହୁତ ଗୁରୁତ୍ୱ ବହନ କରିଥାଏ । ବିଶେଷ କରି ଭାରତୀୟଙ୍କ ମନରେ ଉପହାର ଦେବା ପାଇଁ ପ୍ରଥମେ ସୁନାକୁ ହିଁ ବାଛିଥାନ୍ତି । କିନ୍ତୁ ଭୂ-ରାଜନୈତିକ ସମସ୍ୟା ଓ ଯୋଗାଣରେ ବାଧା ହେତୁ ସୁନା ଦର ବୃଦ୍ଧି ପାଉଛି ।

ଅଦ୍ୟତନ ହୋଇଛି
Gold price

Gold price

Advertisment

ବହୁମୂଲ୍ୟ ଧାତୁ ସୁନା କିଣିବା ପାଇଁ ଲୋକଙ୍କ ମଧ୍ୟରେ ବହୁ ଆଗ୍ରହ ଥାଏ । ତେବେ ହୁ ହୁ ହୋଇ ବଢୁଥିବା କାରଣରୁ ସୁନା କିଣିବା ପାଇଁ ଲୋକଙ୍କ ମନରେ ଛନକା ପଶିଛି । ଭୂ-ରାଜନୈତିକ ସ୍ତରରେ ଉତ୍ତେଜନା ଲାଗି ରହୁଥିବାରୁ ସୁନା ଦର ଆକାଶ ଛୁଆଁ ରହୁଛି । ବିଶ୍ୱ ସମୁଦାୟର ଏହି ସଙ୍କଟ ସମୟରେ ସୁନା ହିଁ ଏକମାତ୍ର ନିବେଶ ଯାହା ଭବିଷ୍ୟତରେ ସୁରକ୍ଷିତ ରହିବ ବୋଲି ଲୋକମାନେ ଭାବୁଛନ୍ତି । ଯାହା ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଉଛି ।

Advertisment

ଭାରତର ସଂସ୍କୃତି ଓ ଅର୍ଥନୀତିରେ ସୁନାର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତୀୟଙ୍କ ପାଇଁ ଏହା କେବଳ ଏକ ଧାତୁ ନୁହେଁ ବରଂ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ । ଭାରତରେ ପ୍ରତ୍ୟେକ ଘରେ ଜନ୍ମଦିନ ହେଉ କି ବିବାହ କିମ୍ବା କୌଣସି ଉତ୍ସବ, ଉପହାର ଦେବା ପାଇଁ ପ୍ରଥମେ ମନରେ ସୁନା ହିଁ ଆସିଥାଏ । 

ଅଧିକ ପଢ଼ନ୍ତୁ: ଶସ୍ତା ହେଲା ସୁନା; ଆଜି ଏତିକି କମିଲା ଦର

ତେବେ ସାରା ବିଶ୍ୱରେ ଯୋଗାଣ ଶୃଙ୍ଖଳା ବାଧା, ଚାହିଦା, ମୁଦ୍ରାର ଅସ୍ଥିରତା ଓ ଭୂ-ରାଜନୈତିକ ସମସ୍ୟା ଯୋଗୁଁ ସୁନାର ମୂଲ୍ୟ ପ୍ରାୟତଃ ବୃଦ୍ଧି ପାଉଛି । ତେବେ ଭାରତରେ ମଧ୍ୟ ସମସ୍ତ ସ୍ଥାନରେ ସମାନ ମୂଲ୍ୟ ରହିନଥାଏ । ସ୍ଥାନ ନେଇ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ ହୋଇଥାଏ । 

Advertisment

ଜାଣନ୍ତୁ କେଉଁଠି କେତେ ମୂଲ୍ୟ ରହିଛି:-
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୫,୧୬୧ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୨୩୧ ଟଙ୍କା (୧୦ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୯୫,୧୫୫ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୨୨୫ ଟଙ୍କା (୧୦ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ ସୁନା- ୯୫,୧୬୫ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୨୩୫ ଟଙ୍କା (୧୦ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୫,୧୬୭ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୨୦୦ ଟଙ୍କା (୧୦ ଗ୍ରାମ ପିଛା)
ଭୁବନେଶ୍ୱର: ୨୪ କ୍ୟାରେଟ ସୁନା- ୯୫,୧୩୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୨୦୦ ଟଙ୍କା (୧୦ ଗ୍ରାମ ପିଛା)
ଭୁବନେଶ୍ୱରରେ ରୁପା ୧ କେଜି ପିଛା ୧,୦୮,୦୦୦ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି ସୁନା ଦର; ଆଜି କେତେ କମିଲା ଜାଣନ୍ତୁ...

Gold Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ