Advertisment

ଗ୍ରାହକଙ୍କୁ ମହଙ୍ଗା ମାଡ଼; ବଢ଼ିଲା ସୁନା ଦର

ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରେଟ୍‌....

author-image
Otv Khabar Bureau
ଅଦ୍ୟତନ ହୋଇଛି
Gold rate today: Check the gold rate in Odisha

Gold rate today: Check the gold rate in Odisha

ପୁଣି ବଢ଼ିଲା ସୁନାଦର । ଗତକାଲି ଅପେକ୍ଷା ଆଜି ସୁନା ଦରରେ ସାମାନ୍ୟ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ବିଗତ କିଛି ଦିନ ହେବ ଦେଶରେ ସୁନାରୂପା ଦରରେ ଲଗାତାର ଭାବରେ ପରିବର୍ତ୍ତନ ଘଟୁଛି । ଗତକାଲି ଅପେକ୍ଷା ଆଜି ସୁନା ମୂଲ୍ୟରେ ୧୫୦ ଟଙ୍କା ବଢ଼ିଥିବା ଜଣାପଡିଛି । ବର୍ଦ୍ଧିତ ଦର ଅନୁଯାୟୀ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୫୦୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୦ ହଜାର ୮୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।

Advertisment

ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୭୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୯୦୦ ଟଙ୍କା, ୪୦,୭୦୦ ଟଙ୍କା ଓ ୩୨,୩୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୧,୦୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୬୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୨୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ହିପରି ଗତକାଲିର ରୂପା ମୂଲ୍ୟ ଅପେକ୍ଷା ଆଜି ଦରରେ ୬୦୦ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ଏବେ ଶୁଦ୍ଧ ରୂପା କିଲୋ ପିଛା ୬୪,୫୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Silver Price Gold Price Today
Advertisment
Advertisment