Advertisment

କମିଲା ସୁନା,ବଢ଼ିଲା ରୂପା...

କିଣିବା ପୂର୍ବରୁ ଯାଂଚ କରନ୍ତୁ ଆଜିର ମୂଲ୍ୟ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Gold, silver prices rise again on June 25: Check rates in Bhubaneswar and Cuttack

Gold, silver prices

ପୁଣି କମିଲା ସୁନା ଦର । ଗତ କିଛିଦିନ ହେବ ସୁନା ରେଟ୍‌ ଲଗାତାର ବଢ଼ୁଥିବା ବେଳେ ଆଜି ଦରରେ ହ୍ରାସ ଘଟିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୩୦୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୦ ହଜାର ୫୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।

Advertisment

ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯, ୪୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୭୦୦ ଟଙ୍କା, ୪୦, ୫୦୦ ଟଙ୍କା ଓ ୩୨, ୧୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦, ୭୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୩୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୮୦ (କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ଗତକାଲି ଅପେକ୍ଷା ଆଜି ରୂପା ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି । ଫଳରେ ଆଜି ଶୁଦ୍ଧ ରୂପା କିଲୋ ପିଛା ୫୯, ୨୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Silver Price Gold Price Today
Advertisment
Advertisment