ଦେଶରେ ଗତ କିଛି ଦିନ ହେଲାଣି ବଢ଼ିବାରେ ଲାଗିଛି ସୁନା ଦର । ଦିନକୁ ଦିନ ସୁନା ଦରରେ ବୃଦ୍ଧି ପାଉଥିବାବେଳେ ଗତକାଲି ଭଳି ଆଜି ବି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୫୦୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍ର(ଜିଏଷ୍ଟି) ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୦ ହଜାର ୬୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯, ୬୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪, ୮୦୦ ଟଙ୍କା, ୪୦,୬୦୦ ଓ ୩୨, ୨୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍ର ମୂଲ୍ୟ ୪୦, ୯୦୦ ଟଙ୍କାରେ ପହଞ୍ଚିଛି ।
ସେହିପରି ଗତକାଲି ଅପେକ୍ଷା ଆଜି ରୂପା ଦରରେ ୪୦୦ ଟଙ୍କା ହ୍ରାସ ପାଇଛି । ଯାହା ପରେ ଏବେ ଶୁଦ୍ଧ ରୂପା କିଲୋ ପିଛା ୬୩,୯୦୦ ଟଙ୍କାରେ କାରବାର ହେଉଛି ।
Also Read
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।