Today Gold Price- 28th Oct : ଭୁବନେଶ୍ୱରରେ ବଢିଲା ସୁନା ଦର, ୧୦ ଗ୍ରାମ ପ୍ରତି ଏତିକି ରହିଛି ମୂଲ୍ୟ

ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଗତକାଲି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୭୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୭୯୦ ଟଙ୍କା ରହିଛି ।

gold price today

News Summary

ବଢିଲା ସୁନାର ଦାମ୍

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଦୀପାବଳି ପରୁ ଠାରୁ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୭୯୦ ଟଙ୍କା ରହିଛି । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି ।  ରାଜଧାନୀ ଭୁବନେଶ୍ୱର ରେ ୨୩ କ୍ୟାରେଟ୍‌ (ଜିଏସଟି) ୧୦ ଗ୍ରାମ୍‌ ୫୦ ହଜାର ୪୦୦ ଟଙ୍କା ରହିଛି।  

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୮ ହଜାର ୩୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୩ ହଜାର ୯୦୦ ଟଙ୍କା, ୩୯, ୮୦୦ ଟଙ୍କା ଓ ୩୧, ୨୦୦ ଟଙ୍କା ରହିଛି । ସୁନା କଏନ୍‌ର ମୂଲ୍ୟ ୪୦,୨୦୦ ଟଙ୍କାରେ ପହଞ୍ଚିଛି ।

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୨୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୭୦ (କ୍ୟାସ ୯୯୫) ଟଙ୍କା ରହିଛି ।

ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୮,୧୫୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।