gold price today
ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଦୀପାବଳି ପରୁ ଠାରୁ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୭୦୦ ଟଙ୍କା ରହିଛି । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ରାଜଧାନୀ ଭୁବନେଶ୍ୱର ରେ ୨୩ କ୍ୟାରେଟ୍ (ଜିଏସଟି) ୧୦ ଗ୍ରାମ୍ ୫୦ ହଜାର ୩୦୦ ଟଙ୍କା ରହିଛି।
ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୮୨୦୦ ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୩ ହଜାର ୮୦୦ ଟଙ୍କା, ୩୯, ୭୦୦ ଟଙ୍କା ଓ ୩୧, ୧୦୦ ଟଙ୍କା ରହିଛି । ସୁନା କଏନ୍ର ମୂଲ୍ୟ ୪୦,୧୦୦ ଟଙ୍କାରେ ପହଞ୍ଚିଛି ।
କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୨୦ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୭୦ (କ୍ୟାସ ୯୯୫) ଟଙ୍କା ରହିଛି ।
ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୮,୧୫୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666851282.jpg)