Advertisment

Today Gold Price- 12th Oct : କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

କମିଲା ସୁନା ଦର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୦୦ ଟଙ୍କା ରହିଛି ।

ଅଦ୍ୟତନ ହୋଇଛି
Gold Price Today

Gold Price

Advertisment

ଚାଲିଛି ପାର୍ବଣ ଋତୁ।  ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗଢା ମଜୁରୀ ଉପରେ ମନଲୋଭା  ଓ ଆକର୍ଷଣୀୟ ଅଫର ଦେଇଥାନ୍ତି । ତେବେ ଆପଣ ଯଦି ସୁନା ଓ ରୁପା ଗହଣା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ କିଣି ଆଣନ୍ତୁ ।

Advertisment

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୦୦ ଟଙ୍କା ରହିଛି ।  ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି ।  ରାଜଧାନୀ ଭୁବନେଶ୍ୱର ରେ ୨୩ କ୍ୟାରେଟ୍‌ (ଜିଏସଟି) ୧୦ ଗ୍ରାମ୍‌ ୫୦ ହଜାର ୩୦୦ ଟଙ୍କା ରହିଛି। 

ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୮, ୨୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୩ ହଜାର ୮୦୦ ଟଙ୍କା, ୩୯,୬୦୦ ଟଙ୍କା ଓ ୩୧, ୧୦୦ ଟଙ୍କା ରହିଛି । ସେହିପରି ସୁନା କଏନ୍‌ର ମୂଲ୍ୟ ୪୦,୦୦୦ ଟଙ୍କାରେ ପହଞ୍ଚିଛି ।

Advertisment

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୧୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୪୦(କ୍ୟାସ ୯୯୫) ଟଙ୍କା ରହିଛି ।

ସେହିପରି ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୭,୬୦୦ ଟଙ୍କାରେ କାରବାର ହେଉଛି ।ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ଶୁଦ୍ଧତା ଯାଞ୍ଚ ସହ ଅଭିଯୋଗ ମଧ୍ୟ କରିପାରିବେ ।

Advertisment
Gold Price Silver Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ