Advertisment

Today Gold Price - 29th Sept : ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୧୦୦ ଟଙ୍କା ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold Price Today

gold price today

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୧୦୦ ଟଙ୍କା ରହିଛି ।  ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି ।  ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ (ଜିଏସଟି) ୧୦ ଗ୍ରାମ୍‌ ୪୮ ହଜାର ୩୦୦ ଟଙ୍କା ରହିଛି। 

Advertisment

ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୬, ୨୯୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୨ ହଜାର ୧୦୦ ଟଙ୍କା, ୩୮,୧୦୦ ଟଙ୍କା ଓ ୨୯, ୮୦୦ ଟଙ୍କା ରହିଛି । ସେହିପରି ସୁନା କଏନ୍‌ର ମୂଲ୍ୟ ୩୯,୪୦୦ ଟଙ୍କାରେ ପହଞ୍ଚିଛି ।

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୧୫୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୩୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୬,୨୦୦ ଟଙ୍କାରେ କାରବାର ହେଉଛି ।ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ଶୁଦ୍ଧତା ଯାଞ୍ଚ ସହ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Today
Advertisment
Advertisment