/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660985080.jpg)
gold rate today
ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୩୦୦ଟଙ୍କାରେ ବିକ୍ରି ହେଉଛି ।
ସେହିପରି ଜିଏସଟି ସହିତ ୨୩ କ୍ୟାରେଟ୍ର ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୧ ହଜାର ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ୍ର ୧୦ ଗ୍ରାମ୍ ପିଛା ମୂଲ୍ୟ ୫୦, ୩୦୦ରେ ବିକ୍ରି ହେଉଛି ।
ଏହାସହ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫,୪୦୦ ଟଙ୍କା, ୪୧,୧୦୦ ଟଙ୍କା ଓ ୩୨, ୪୦୦ ଟଙ୍କା ରହିଛି । ଶୁଦ୍ଧ ଗିନ୍ନି (ସୁନା ମୁଦ୍ରା) ଶୁକ୍ରବାର ଦିନ ୪୧, ୩୦୦ ଟଙ୍କାରେ କାରବାର ହେଉଛି ।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୩୨୦ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୯୦(କ୍ୟାସ ୯୯୫) ଟଙ୍କା ରହିଛି ।
ଅନ୍ୟପକ୍ଷରେ ଗତକାଲି ତୁଳନାରେ ଆଜି ସାମାନ୍ୟ ହ୍ରାସ ପାଇଛି ରୁପା ମୂଲ୍ୟ । ଭୁବନେଶ୍ୱରରେ ରୂପା କିଲୋ ପିଛା ମୂଲ୍ୟ ୫୭, ୯୦୦ ରହିଛି । ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)