Gold Price Today, 20th November 2024: ପୁଣି ବଢିଲା ସୁନା ଦର !! ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଏବେ ଚାଲିଛି ବିବାହ ଋତୁ । ସୁନା କିଣିବାକୁ ଗହଣା ଦୋକାନରେ ଭିଡ଼ । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Gold Price Today

ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଆସିଛି । ଗତକାଲି ଅପେକ୍ଷା  ବଢିଛି ସୁନାର ଦାମ୍ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୭,୬୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଚ୍ଛା ୭୧,୧୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଚ୍ଛା ୭,୧୧୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଚ୍ଛା ୫୬,୯୨୦ ଟଙ୍କା ରହିଛି।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଚ୍ଛା ୭୧,୧୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଚ୍ଛା ୭,୧୧୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଚ୍ଛା ୫୬,୯୨୦ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ବିଶୁଦ୍ଧ ରୁପା ୧ ଗ୍ରାମ୍ ପିଛା ୧୦୨ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଚ୍ଛା ୮୧୬ ଟଙ୍କା, ୧୦୦ ଗ୍ରାମ୍ ପିଚ୍ଛା ୧୦,୨୦୦ ଓ ୧ କେଜି ପିଚ୍ଛା ୧,୦୨,୦୦୦ ଟଙ୍କା ରହିଛି।

ଦେଶର ବିଭିନ୍ନ ସହରରେ ସୁନାର ଦାମ୍:

ଭୁବନେଶ୍ୱର-୭୧,୧୫୦

କଟକ- ୭୧,୧୫୦

ମୁମ୍ୱାଇ-୭୧,୧୫୦

ନୂଆଦିଲ୍ଲୀ-୭୧, ୩୦୦

କୋଲକାତା- ୭୧,୧୫୦

ସୁନା ଓ ରୁପା ଦାମ୍‌ରେ ଦେଖାଦେଇଥିବା ଏହି ବଡ଼ଧରଣର ହ୍ରାସ ଗ୍ରାହକଙ୍କ ପାଇଁ ସୁନା କିଣିବା ଲାଗି ଭଲ ସୁଯୋଗ ଆଣିଛି। ସାଧାରଣତଃ ସେୟାର ବଜାର ଓ ସୁନା ଦର ମଧ୍ୟରେ ବିପରୀତ ସଂପର୍କ ରହିଥାଏ। ସେୟାର ବଜାର କମିଲେ ସୁନା ରୁପା ଦର ବୃଦ୍ଧି ପାଇଥାଏ କିମ୍ବା ସେୟାର ବଜାର ବଢ଼ିଲେ ସୁନା ରୁପା ଦର କମିବା ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଉଭୟ ଷ୍ଟକ ବଜାର ସମେତ ସୁନା ଓ ରୁପା ଦର କମିବାରେ ଲାଗିଛି। ବିଶ୍ବର ରାଜନୈତିକ ପରିସ୍ଥିତିରେ ହେଉଥିବା ପରିବର୍ତ୍ତନ ଫଳରେ ଏଭଳି ଧାରା ଦେଖିବାକୁ ମିଳିଛି ବୋଲି କିଛି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।

 

କେମିତି ଜାଣିବେ ସୁନାର ଶୁଦ୍ଧତା:

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....