Advertisment

Today Gold Price: ବଦଳିଲା ସୁନା-ରୂପା ଦର; ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...

ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା । ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି । ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢ଼ିବା ପରେ ଆଜି ସୁନା ଦର ସ୍ଥିର ରହିଛି ।

ଅଦ୍ୟତନ ହୋଇଛି
Gold Price

Gold Price

Advertisment

ବିବାହ ଋତୁରେ ମହରଗ ହେବାରେ ଲାଗିଛି ସୁନା । ଦିନକୁ ଦିନ ହୁ ହୁ ହୋଇ ବଢୁ ଚାଲିଛି ସୁନା ଦର । ଗୋଲ୍ଡ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ବଜେଟ୍ ଆସିବା ପରେ ଲଗାତର ସୁନା ଦର ବଢ଼ିବାରେ ଲାଗିଛି । କିନ୍ତୁ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ସୁନା ଦର ସହ ଆଜି ରୂପା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ସୁନା କିମ୍ବା ରୂପା କିଣିବା ପୂର୍ବରୁ ଜାଣି ରଖନ୍ତୁ କେଉଁଠି କେତେ ରହିଛି ସୁନା ଦର।

Advertisment

ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା । ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି । ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢ଼ିବା ପରେ ଆଜି ସୁନା ଦର ସ୍ଥିର ରହିଛି । ଗତକାଲି ଭୁବନେଶ୍ୱରରେ ସୁନା ଦର ଯାହା ରହିଥିଲା ଆଜି ମଧ୍ୟ ଦର ତାହା ରହିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ୍‌ ୨୨ କ୍ୟାରେଟ୍ ସୁନା ଦର ୭୯,୩୦୦ ଟଙ୍କା ଥିବା ବେଳେ ଆଜି ମଧ୍ୟ ୨୨ କ୍ୟାରେଟ୍‌ ସୁନା ଦର ସେତିକି ରହିଛି । ସେହିପରି ୧୦ ଗ୍ରାମ୍‌ ୨୪ କ୍ୟାରେଟ୍ ସୁନା ଦର ୮୬,୫୧୦ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ: କ’ଣ ଏହି ରେପୋ ରେଟ୍... ରେପୋ ହାର ହ୍ରାସ ହେଲେ କି ଲାଭ ପାଇବେ ମଧ୍ୟବିତ୍ତ ?

Advertisment

କଟକରେ ମଧ୍ୟ ସୁନା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୯,୩୦୦ ଟଙ୍କା ରହିଛି। ସେହିଭଳି ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୬,୫୧୦ ଟଙ୍କା ରହିଛି । ଏହା ଛଡା ରୂପା ଦରରେ ମଧ୍ୟ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।

ଭାରତୀୟ ସୁନା ବଜାରରେ ସୁନା ମୂଲ୍ୟ ବୃଦ୍ଧି ପାଇଛି। ସଦ୍ୟତମ ଅପଡେଟ୍ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀ ବ୍ୟତୀତ, ନୋଏଡା, ଗାଜିଆବାଦ, ଲକ୍ଷ୍ନୌ ଏବଂ ଜୟପୁର ଭଳି ସହରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୮୫,୩୦୦ ଟଙ୍କା ଅତିକ୍ରମ କରିଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୮,୨୦୦ ଟଙ୍କାରୁ ଅଧିକ ରହିଛି। ଅଲ ଇଣ୍ଡିଆ ସରାଫା ଆସୋସିଏଶନ ଅନୁଯାୟୀ, ଅଳଙ୍କାର ବ୍ୟବସାୟୀ ଏବଂ ଷ୍ଟକିଷ୍ଟଙ୍କ କ୍ରମାଗତ ଚାହିଦା ଯୋଗୁ ମୂଲ୍ୟ ଏତେ ବୃଦ୍ଧି ପାଇଛି।

Advertisment

ଅଧିକ ପଢ଼ନ୍ତୁ: ହୁ ହୁ ହୋଇ ବଢୁଛି ସୁନା ଦର; ଆଜି କେତେ ଅଛି ଦାମ୍ ଜାଣନ୍ତୁ...

Bhubaneswar Gold Price Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ