Gold Price Today, 14th November 2024: କମିଲା ସୁନା ଦର !! ୧୦ ଗ୍ରାମ ପିଛା ୧୧୦୦ ଟଙ୍କା ହ୍ରାସ

ବାହାଘର ସିଜନ୍ ଆଗରୁ ଚମକିଲା ସୁନା । ଗତକାଲି ଅପେକ୍ଷା୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୧ ଶହ ଟଙ୍କା ଶସ୍ତା ହୋଇଛି । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।

Gold Price Today

ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ସାମାନ୍ୟ କମିଛି ସୁନାର ଦାମ୍ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୫,୬୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୯,୩୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୯୩୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୫,୪୮୦ ଟଙ୍କା ରହିଛି। ହିସାବକୁ ନେଲେ ସୁନାଦର ୧୦ ଗ୍ରାମ ପିଛା ୧୧ ଶହ ଟଙ୍କା କମିଛି। 

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୯,୩୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୦୪୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୬,୩୬୦ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ବିଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୧୦୨ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୮୧୬ ଟଙ୍କା, ୧୦୦ ଗ୍ରାମ୍ ପିଛା ୧୦,୨୦୦ ଓ ୧ କେଜି ପିଛା ୧,୦୨,୦୦୦ ଟଙ୍କା ରହିଛି।

ଦେଶର ବିଭିନ୍ନ ସହରରେ ସୁନାର ଦାମ୍:

ସୁନା ଓ ରୁପା ଦାମ୍‌ରେ ଦେଖାଦେଇଥିବା ଏହି ବଡ଼ଧରଣର ହ୍ରାସ ଗ୍ରାହକଙ୍କ ପାଇଁ ସୁନା କିଣିବା ଲାଗି ଭଲ ସୁଯୋଗ ଆଣିଛି। ସାଧାରଣତଃ ସେୟାର ବଜାର ଓ ସୁନା ଦର ମଧ୍ୟରେ ବିପରୀତ ସଂପର୍କ ରହିଥାଏ। ସେୟାର ବଜାର କମିଲେ ସୁନା ରୁପା ଦର ବୃଦ୍ଧି ପାଇଥାଏ କିମ୍ବା ସେୟାର ବଜାର ବଢ଼ିଲେ ସୁନା ରୁପା ଦର କମିବା ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଉଭୟ ଷ୍ଟକ ବଜାର ସମେତ ସୁନା ଓ ରୁପା ଦର କମିବାରେ ଲାଗିଛି। ବିଶ୍ବର ଭୂରାଜନୈତିକ ପରିସ୍ଥିତିରେ ହେଉଥିବା ପରିବର୍ତ୍ତନ ଫଳରେ ଏଭଳି ଧାରା ଦେଖିବାକୁ ମିଳିଛି ବୋଲି କିଛି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।

କେମିତି ଜାଣିବେ ସୁନାର ଶୁଦ୍ଧତା:

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....