Advertisment

ମହଙ୍ଗା ହେଲା ସୁନା

ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଚଳିତ ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ମହଙ୍ଗା ହେଲା ସୁନା

gold ornaments

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଚଳିତ ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଥିଲା। ହେଲେ ୨ ଦିନ ହେବ ସୁନା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଗତକାଲି ସୁନା ଦର ବୃଦ୍ଧି ହୋଇଥିବା ବେଳେ ଆଜି ମଧ୍ୟ ଦର ବୃଦ୍ଧି ହୋଇଛି। India Bullion And Jewellers Association ଅନୁସାରେ, ଆଜି ସକାଳେ ଘରୋଇ ବଜାରରେ ସୁନା ଦରରେ ବୃଦ୍ଧି ପାଇ ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୧୦୮ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ପ୍ରତି କିଲୋକୁ ୬୮,୯୩୫ ଟଙ୍କାରେ ପହଞ୍ଚିଛି। 

Advertisment

India Bullion And Jewellers Association ଅନୁସାରେ, ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୫୧ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୮,୯୦୫ ଟଙ୍କା ଥିଲା। ୨୦୨୦ରେ Multi Commodity Exchange(MCX)ରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୯,୨୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୯୦ ଟଙ୍କା ଥିଲା।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price
Advertisment
Advertisment