ବିବାହ ଋତୁ ଆରମ୍ଭ ହୋଇସାରିଛି । ଜୋରସୋରରେ ଗହଣା କିଣା ଚାଲିଛି । ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୫୦ ଟଙ୍କା ରହିଛି ।
Also Read
ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୪,୪୦୦ ଟଙ୍କା ରହିଛି। ସେହିଭଳି ୧୮ କ୍ୟାରେଟ୍ ସୁନା ଦର ୪୪,୭୦୦ ରହିଛି। ଅନ୍ୟପଟେ ୧୪ କ୍ୟାରେଟ ସୁନା ମୂଲ୍ୟ ୩୫,୨୦୦ ଟଙ୍କା ରହିଛି
ଅଧିକ ପଢ଼ନ୍ତୁ: କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍
କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନା ଗ୍ରାମ ପିଛା ୫,୮୮୦ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୭୭୫ (କ୍ୟାସ ୯୯୫) ଟଙ୍କା ରହିଛି। ଆଜି ଶୁଦ୍ଧ ରୂପା କିଲୋ ପିଛା ୬୬,୩୦୦ ଟଙ୍କାରେ କାରବାର ହେଉଛି।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।