/odishatv-khabar/media/post_attachments/uploadimage/library/16_9/16_9_0/Gold_Price_1748594131.jpeg)
Gold Price
ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଥିଲା ସୁନା ଦର । ଏମିତିକି ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରୁଥିଲେ ଗ୍ରାହକ । କିନ୍ତୁ, ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାସହ ରୂପା ଦର ମଧ୍ୟ ବଢ଼ିଛି। ତେବେ ସୁନା କିମ୍ବା ରୁପା କିଣିବା ପୂର୍ବରୁ ଜାଣି ରଖନ୍ତୁ କେଉଁଠି କେତେ ରହିଛି ସୁନା ଦର ।
୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୭୦ଟଙ୍କା ବୃଦ୍ଧି ପାଇଛି।
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୨୭୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୦୪୦ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୭୦ଟଙ୍କା ବୃଦ୍ଧି ୯୭,୩୧୦ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୫୦ଟଙ୍କା ବୃଦ୍ଧି ପାଇ ୮୮,୯୫୦ଟଙ୍କାରୁ ୮୯,୨୦୦ଟଙ୍କା ହୋଇଛି।
ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୦୪୦ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୯୭, ଟଙ୍କା ବୃଦ୍ଧି ପାଇ ୯୭,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୫୦ଟଙ୍କା ବୃଦ୍ଧି ପାଇ ୮୯,୨୦୦ଟଙ୍କା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)