• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୁନା ଦରରେ ପୁଣି ଲାଗିପାରେ ନିଆଁ । ଗତ କିଛିଦିନ ହେବ ସୁନା ଦର ଲଗାତର ବଢ଼ୁଥିବାବେଳେ ପୁଣି ଆଗକୁ ସୁନାର ଦର ବଢ଼ିବା ନେଇ ଅନୁମାନ କରାଗଲାଣି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ଶେଷବେଳକୁ ସୁନା ଦର ୬୮ ହଜାର ଟଙ୍କା ଟପିବ ବୋଲି କୁହାଯାଇଛି । ଏନେଇ LKP ସିକ୍ୟୁରିଟି ନାମକ ଏକ ସଂସ୍ଥା ଏହି ସୂଚନା ଦେଇଥିବାବେଳେ ଚିନ୍ତାରେ ପଡ଼ିଲେଣି ଗ୍ରାହକ ।

ସାଧାରଣତଃ ମହିଳାମାନେ ଗହଣା ପିନ୍ଧିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି । ଓଡ଼ିଆ ଘରର କିଛି ପର୍ବପର୍ବାଣୀରେ ସୁନା-ରୂପା କିଣିଲେ ଘରକୁ ଲକ୍ଷ୍ମୀ ଆସିଥା’ନ୍ତି ବୋଲି ବିଶ୍ୱାସ ରହିଛି । ହେଲେ ବର୍ତ୍ତମାନ ସୁନା ଦରକୁ ନେଇ ଆସିଥିବା ଏହି ଖବର ସୁନାପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ନିକଟରେ ବଜାରରେ ସୁନା ବିକ୍ରି ହେବାକୁ ନେଇ ସରକାର କିଛି ପ୍ରତିବନ୍ଧକ ଲଗାଇଛନ୍ତି । ମାର୍କେଟରେ ବିନା ହଲମାର୍କ ସୁନା ବିକ୍ରି ନକରିବାକୁ ବାରଣ କରାଯାଇଛି । ଏପ୍ରିଲ ୧ରୁ ସମସ୍ତ ଗହଣା ଦୋକାନରେ ହଲମାର୍କ ସୁନା ବିକ୍ରି କରିବା ବାଧ୍ୟତାମୂଳକ ହୋଇଛି ।

ଇକୋନୋମିକ୍ ଟାଇମ୍ଦରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ସୁନାରେ ନିବେଶ କରିଥିବା ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇଛନ୍ତି । ବମ୍ୱେ ଷ୍ଟକ୍‌ ବଜାରର ସେନସେକ୍ସ ତୁଳନାରେ ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇଥିବା ଜଣାପଡ଼ିଛି । ନିବେଶକମାନେ ହାରାହାରି ୧୫ ପ୍ରତିଶତ ଅଧିକ ପାଇଛନ୍ତି । ତେଣୁ ୨୦୨୩-୨୪ ଆର୍ଥିକ ବର୍ଷରେ ସୁନା ଦାମ୍‌ ୬୬ରୁ ୬୮ ହଜାର ଟଙ୍କା ବୃଦ୍ଧିପାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ୨୦୨୨ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ସୁନା ଦର ଅହେତୁକ ବୃଦ୍ଧି ପାଇଛି । ସମସ୍ତ ସମ୍ପତ୍ତି ତୁଳନାରେ ସୁନାରୁ ମିଳୁଥିବା ରିଟର୍ଣ୍ଣ ଅଧିକ ରହିଛି । ତେଣୁ ସୁନାରେ ନିବେଶ କରୁଥିବା ନିବେଶକମାନେ ଲାଭବାନ ହେଉଛନ୍ତି । ସେହିପରି ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ (MCX)ରେ ସୁନା ଦର ୧୦ ଗ୍ରାମ ପିଛା ୬୦ ହଜାର ଟଙ୍କାରୁ ଅଧିକ ରହିଛି ।