/odishatv-khabar/media/post_attachments/uploadimage/library/16_9/16_9_0/GOLD_PRICE_1757405895.jpg)
GOLD PRICE
() ଲକ୍ଷେ ଟପିଲା ସୁନା ଦର। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୧ ଲକ୍ଷ ଟଙ୍କା ଟପିଛି। ଲଗାତାର ୩ ସପ୍ତାହ ହେବ ବଢୁଛି ଦର ।
ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ରହିଛି ୧ ଲକ୍ଷ ୧୧ ଶହ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଛି ୧ ଲକ୍ଷ ୧୦ ହଜାର ୨୯୦ ଟଙ୍କା । ଗତକାଲି ୨୨ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୯୯ ହଜାର ୮୫୦ ଟଙ୍କା ଥିଲା । ଆଜି ଏହି ଦର ୧୨୫୦ ଟଙ୍କା ବଢ଼ି ୧ ଲକ୍ଷ ୧୧ ଶହ ଟଙ୍କା ହୋଇଛି । ଆଜିର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି।
ତେବେ କାହିଁକି ବଢୁଛି ସୁନା ଦର ?
ସୁନା ଦର ବୃଦ୍ଧି ପଛରେ କେତେକ ପ୍ରମୁଖ କାରଣ ରହିଛି। ଯେପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ ଯୋଗୁ ବିଶ୍ବ ବଜାରରେ ଅନିଶ୍ଚିତତା ଦେଖାଦେଇଛି। ସେୟାର ମାର୍କେଟରେ ନିବେଶକମାନେ ସେୟାର ବିକ୍ରି କରି ଦେଉଛନ୍ତି। ସୁନା ଭଳି ସୁରକ୍ଷିତ ନିବେଶ ଉପରେ ଧ୍ୟାନ ଦେଉଛନ୍ତି ନିବେଶକ। ଚୀନ ଏବଂ ରୁଷ ଭଳି ବଡ଼ ବଡ଼ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବେ ବୃହତ ମାତ୍ରାରେ ସୁନା କ୍ରୟ କରୁଛନ୍ତି। ଫଳରେ ଏହାର ଚାହିଦା ବଢ଼ୁଛି। ଏଥିସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବାରୁ ସୁନା ଦର ଉପର ମୁହାଁ ହେଉଛି। ଏଭଳି ପରିସ୍ଥିତିରେ ଗରିବ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ସୁନା କିଣିବା ସ୍ବପ୍ନ ହୋଇଯାଇଛି।
୨୦୨୫ରେ ଏତେ ବଢିଛି ସୁନା
ଏ ବର୍ଷ ସୁନା ଦର ରକେଟ୍ ସ୍ପିଡରେ ବଢିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ୧୦ ଗ୍ରାମ ସୁନା ବର୍ଷ ଆରମ୍ଭରେ ୭୯ ହଜାର ୬୭୭ ଟଙ୍କାରେ ଟ୍ରେଡ୍ କରୁଥିଲା । ଏବେ ଏହା ୧ ଲକ୍ଷ ୯ ହଜାର ୧୭୦ ଟାଙ୍କାରେ ପହଞ୍ଚିଛି । ତେବେ ଗତ ୮ ମାସ ମଧ୍ୟରେ ପ୍ରତି ୧୦ ଗ୍ରାମରେ ୨୯ ହଜାର ୪୯୩ ଟଙ୍କା ବଢିଛି।
ଏବେ କ'ଣ ସୁନା କିଣିବା ଉପଯୁକ୍ତ ସମୟ ?
ଏକ୍ସପର୍ଟ ଏବଂ କିଛି ବିଦେଶୀ ସଂସ୍ଥାଙ୍କ ମତରେ ସୁନା ଦର ଆଗକୁ ଆହୁରୀ ବଢିବା ସମ୍ଭାବନା ରହିଛି। ଯଦି ଆପଣ ସୁନାରେ ଲମ୍ବା ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହା ଉପଯୁକ୍ତ ସମୟ ହୋଇପାରେ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ଆଉଁସ୍ ୩୬୪୦ ଡଲାର୍ ପହଞ୍ଚିପାରେ। ସୁନାରେ ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତି ସୁବର୍ଣ୍ଣ ସୁଯୋଗ ହୋଇପାରେ ।.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)