Advertisment

Gold Price Drop in Akshaya Tritiya: ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ କମିଲା ?

ଲୋକମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ବିଚାର କରିଥାଆନ୍ତି। ବର୍ଷକରେ ଥରେ ଏଥିପାଇଁ ଏହିଦିନକୁ ସମସ୍ତେ ଅନାଇ ବସିଥାନ୍ତି। ଏଥିସହ ଗହଣା ଦୋକାନୀମାନେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଅଫର ରଖିଥାନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
gold

gold

ଅକ୍ଷୟ ତୃତୀୟାରେ ଗ୍ରାହକଙ୍କ ପାଇଁ ଖୁସି ଖବର। ପୁଣି କମିଲା ସୁନା ଦର। ସୁନା ଦରରେ ହୋଇଛି ପରିବର୍ତ୍ତନ। ଆସନ୍ତୁ ଜାଣିବା କେତେ କମିଲା ସୁନା ଦର।

Advertisment

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୦ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭.୯୭୦ ଟଙ୍କା ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦ଟଙ୍କା ହ୍ରାସ ପାଇବା ସହ ୯୭,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୦ଟଙ୍କା ହ୍ରାସ ଘଟି ୮୯,୮୦୦ ଟଙ୍କାରୁ ୮୯,୭୫୦ ଟଙ୍କା ରହିଛି ।

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭.୯୭୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୬୦ ଟଙ୍କା ହ୍ରାସ ପାଇବା ୯୭,୯୧୦ ୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୨୦ ଟଙ୍କା ହ୍ରାସ ୮୯,୮୦୦ ଟଙ୍କାରୁ ୮୯,୭୫୦ ଟଙ୍କା ରହିଛି ।

Advertisment

ଉଲ୍ଲେଖଯୋଗ୍ୟ, ଲୋକମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ବିଚାର କରିଥାଆନ୍ତି। ବର୍ଷକରେ ଥରେ ଏଥିପାଇଁ ଏହିଦିନକୁ ସମସ୍ତେ ଅନାଇ ବସିଥାନ୍ତି। ଏଥିସହ ଗହଣା ଦୋକାନୀମାନେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଅଫର ରଖିଥାନ୍ତି।

ଅକ୍ଷୟ ତୃତୀୟାରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଭଳି କି ଭଳି ସ୍ୱସ୍ତନ୍ତ୍ର ଅଫର ଘୋଷଣା କରିଛି ରାଜ୍ୟର ପ୍ରମୁଖ ଗହଣା ପ୍ରତିଷ୍ଠାନ ଲାଲଚାନ୍ଦ। ଲାଲଚାନ୍ଦ ପକ୍ଷରୁ ସୁନା ଗହଣା ଗଢା ମୂଲ୍ୟ ଉପରେ ଗ୍ରାମ ପିଛା ଫ୍ଲାଟ୍ ୧ ହଜାର ୯୯ ଟଙ୍କା ରଖାଯାଇଥିବା ବେଳେ କିଛି ବଛା ବଛା ସୁନା ଗହଣାର ଗଢା ମୂଲ୍ୟ ଉପରେ ଫ୍ଲାଟ୍ ୭୯୯ ଟଙ୍କା ରଖାଯାଇଛି । ସେହିପରି ହୀରା ଗହଣା ମୂଲ୍ୟ ଉପରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ଦେଉଛି ଲାଲଚାନ୍ଦ ।

ରୁପା ଗହଣା ଗଢା ମୂଲ୍ୟ ଫ୍ଲାଟ ୫୦ ପ୍ରତିଶତ ରିହାତି ଦେଉଛି ଲାଲଚାନ୍ଦ । ଏପରିକି ଏଠାରେ ବଛା ବଛା ଘଣ୍ଟାରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ମିଳୁଛି । ଏହାଛଡ଼ା ୧ ଲକ୍ଷ ଟଙ୍କାର ହୀରା ଗହଣା କିମ୍ବା ୨ ଲକ୍ଷ ଟଙ୍କାର ସୁନା ଗହଣା କିଣା ଉପରେ ମାଗଣାରେ ସ୍ୱର୍ଣ୍ଣମୁଦ୍ରା ମିଳୁଛି । ସେହିପରି ପ୍ରତି ୨୫ ହଜାର ଟଙ୍କାର କ୍ରୟ ଉପରେ ମିଳୁଛି ଉପହାର ।

Gold Gold Prices Fall
Advertisment
Advertisment