Advertisment

Gold Loan: ବୃଦ୍ଧି ପାଉଛି ଗୋଲ୍ଡ ଲୋନ୍ ସଂଖ୍ୟା; ଜାଲିଆତି ଆଶଙ୍କା କଲା RBI

ଆରବିଆଇ ଚିନ୍ତା ପ୍ରକଟ କରି ସୁନା ଋଣ କାରବାରକୁ ନଜରରେ ରଖିବା ପାଇଁ ନୋଟିସ୍ ଜାରି କରିଛି। ଯେଉଁ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ଗୁଡିକ ସୁନା ଋଣ ଦେଉଛନ୍ତି, ସେମାନେ ଋଣକ୍ରେତାଙ୍କ ସୁନାର ଉତ୍ସ ବାବଦରେ ଖବର ରଖିବା ପାଇଁ ପରୋକ୍ଷରେ ସୂଚାଇ ଦେଇଛି।

ଅଦ୍ୟତନ ହୋଇଛି
Gold Loan

Gold Loan

Advertisment

ଏବେ ଲୋକେ ନିଜ ଘରର ସୁନା ଅଳଙ୍କାର ସବୁ ବନ୍ଧା ରଖି ମାତ୍ରାଧିକ ଋଣ କରୁଛନ୍ତି। ଗୋଲ୍ଡ ଲୋନ୍ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ି ବଢ଼ି ଚାଲିଛି। ଏହାକୁ ସ୍କାନରରେ ରଖିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ହଠାତ୍ ଏତେ ମାତ୍ରାରେ ଗୋଲ୍ଡ ଲୋନ୍ ବଢ଼ିଥିବାରୁ ଏଥିରେ କିଛି ଜାଲିଆତି ହେଉ ନାହିଁ ତ ? ଏମିତି ଚିନ୍ତା ପ୍ରକଟ କରିଛି RBI। ଯେଉଁମାନେ ଏଥିରେ ଧରାପଡିବେ ସେମାନେ ଅଡ଼ୁଆରେ ପଡି ପାରନ୍ତି।

Advertisment

ଆରବିଆଇ ରିପୋର୍ଟ ଅନୁସାରେ ୨୦୨୩ ମସିହା ସେପ୍ଟେମ୍ବରରେ ଗୋଲ୍ଡ ଲୋନ୍ ପରିମାଣ ୧ଲକ୍ଷ ୨ ହଜାର୍ ୫୬୨ କୋଟି ଟଙ୍କା ଥିବା ବେଳେ ଏହା ୨୦୨୪ ମାର୍ଚ୍ଚ ବେଳକୁ ବଢ଼ି ୧ ଲକ୍ଷ ୫୪ ହଜାର୍ ୨୮୨ କୋଟି ହୋଇଛି। କିନ୍ତୁ ଆଉ ଏକ ରୋଚକ ତଥ୍ୟ ହେଉଛି ଗୋଲ୍ଡ ଲୋନ୍‌ରେ ଏନପିଏ ପରିମାଣ ମଧ୍ୟ କିଛି କମ୍ ନାହିଁ। ବ୍ୟାଙ୍କ ଏବଂ ନନବ୍ୟାଙ୍କିଙ୍ଗ୍ ଫାଇନାନସିଆଲ୍ କମ୍ପାନୀ ଗୁଡିକର ଗୋଲ୍ଡ ଏନପିଏ ମଧ୍ୟ ୩୦ ପ୍ରତିଶତ ବଢ଼ିଯାଇଛି। ଯାହା ୫୧୪୯ କୋଟି ଥିଲା ତାହା ଏବେ ୬,୬୯୬ କୋଟିକୁ ବଢ଼ିଛି ବୋଲି ଆରବିଆଇ କହିଛି।

ତେବେ ଏ ସମସ୍ତ ଘଟଣାକୁ ନେଇ ଆରବିଆଇ ଚିକନ୍ତା ପ୍ରକଟ କରି ସୁନା ଋଣ କାରବାରକୁ ନଜରରେ ରଖିବା ପାଇଁ ନୋଟିସ୍ ଜାରି କରିଛି। ଯେଉଁ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ଗୁଡିକ ସୁନା ଋଣ ଦେଉଛନ୍ତି, ସେମାନେ ଋଣକ୍ରେତାଙ୍କ ସୁନାର ଉତ୍ସ ବାବଦରେ ଖବର ରଖିବା ପାଇଁ ପରୋକ୍ଷରେ ସୂଚାଇ ଦେଇଛି। ଗୋଟେପଟେ ସୁନାଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଆଉ ଗୋଟେ ପଟେ ସୁନା ଋଣ ମଧ୍ୟ ବଢ଼ୁଛି। ଆଉ ଏଥିରେ କଳାବଜାରୀର ଆଶଙ୍କାକୁ ଆରବିଆଇ ସ୍କାନରରେ ରଖିଛି।

Advertisment

ଅଧିକ ପଢ଼ନ୍ତୁ: ବଢିଲା ସୁନା ଦର, ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

RBI Gold Loan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ