/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659072109.jpg)
Gold and silver prices soar, check rates of precious metals in Odisha
ବଢ଼ିଲା ସୁନା ଦର । ଭାରତରେ ପ୍ରତିଦିନ ଶେୟାର ମାର୍କେଟ୍ରେ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ସେହି ଅନୁଯାୟୀ ଆଜି ବି ଦର ହ୍ରାସ ପାଇଛି । ଯାହା ପରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୫୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍ର(ଜିଏଷ୍ଟି) ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୧ ହଜାର ୧୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୦, ୧୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫, ୨୦୦ ଟଙ୍କା, ୪୧, ୦୦୦ ଟଙ୍କା ଓ ୩୨, ୫୦୦ ଟଙ୍କା ରହିଛି । ସେହିପରି ସୁନା କଏନ୍ର ମୂଲ୍ୟ ୪୧,୨୦୦ ଟଙ୍କାରେ ପହଞ୍ଚିଛି ।
କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୫୦ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୮୦(କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ଗତକାଲି ଅପେକ୍ଷା ଆଜି ରୂପା ଦରରେ ଆଜି ୨୦୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୯, ୮୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)