Advertisment

ସୁନା ଦରରେ ଲାଗୁନି ଲଗାମ୍‌; ଆଜି ପୁଣି ଥରେ ବଢ଼ିଲା

ଗତ ଶନିବାର ଅପେକ୍ଷା ଆଜି ପୁଣି ବଢ଼ିଛି ସୁନା ଦର, ଜାଣନ୍ତୁ କେତେ...

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

gold rate today

ଦିନକୁ ଦିନ ମହଙ୍ଗା ହେଉଛି ସୁନା ଦର । ଦେଶରେ ଗତକିଛି ଦିନ ହେବ ଲଗାତାର ଭାବେ ସୁନା ଦରରେ ବୃଦ୍ଧି ହେଉଥିବାବେଳେ ଆଜି ପୁଣି ବଢ଼ିଛି ସୁନାଦର । ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୨ ହଜାର ୭୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି । ତେବେ ଗତ ଶନିବାର ଅପେକ୍ଷା ଆଜି ସୁନା ଦରରେ ୫୦ ଟଙ୍କା ବୃଦ୍ଧି ପାଇଛି ।

Advertisment

୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୮୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୫୦୦ ଟଙ୍କା, ୪୦,୮୦୦ ଟଙ୍କା ଓ ୩୨,୩୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୧,୦୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୭୫ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୫୫(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ଗତ ଶନିବାର ଅପେକ୍ଷା ଆଜି ରୂପା ଦରରେ ୨୦୦ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ଏବେ ଶୁଦ୍ଧ ରୂପା କିଲୋ ପିଛା ୬୪,୨୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Today Silver Price Gold Price
Advertisment
Advertisment