Advertisment

ଶସ୍ତା ହେଲା ସୁନା ଦର, ଜାଣନ୍ତୁ କେତେ...

କମିଲା ସୁନା ଦର...କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Gold and silver prices drop, check rates of precious metals in Odisha

Gold and silver prices drop, check rates of precious metals in Odisha

ଖସିଲା ସୁନା ଦର । ପ୍ରତିଦିନ ଭାରତର ଶେୟାର ମାର୍କେଟ୍‌ରେ ସୁନା-ରୂପା ଦରରେ ଲଗାତାର ପରିବର୍ତ୍ତନ ଘଟିଥାଏ । ସେହି ଅନୁଯାୟୀ ଆଜି ବି ଦର ସାମାନ୍ୟ ହ୍ରାସ ପାଇଛି । ଯାହା ପରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୯୦୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୧ ହଜାର ୧୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।

Advertisment

ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୦, ୦୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫, ୨୦୦ ଟଙ୍କା, ୪୧, ୦୦୦ ଟଙ୍କା ଓ ୩୨, ୪୦୦ ଟଙ୍କା ରହିଛି । ସେହିପରି ସୁନା କଏନ୍‌ର ମୂଲ୍ୟ ୪୧,୨୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୩୧୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୦୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ଗତ ଶନିବାର ଅପେକ୍ଷା ଆଜି ରୂପା ଦରରେ ଆଜି ୨୦୦ ଟଙ୍କା ହ୍ରାସ ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୯, ୮୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Silver Price Gold Price Today
Advertisment
Advertisment