• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୌଣସି ଦୂରସ୍ଥାନକୁ ଯାତ୍ରା ପାଇଁ ଆପଣ ବିମାନରେ ଟିକେଟ୍‌ ବୁକ୍‌ କରିଛନ୍ତି କି ? କିମ୍ୱା ଅପଣଙ୍କର ଆଗକୁ କୌଣସି ସ୍ଥାନକୁ ଯିବାର ଯୋଜନା ରହିଛି କି ? ଯଦି ଟିକେଟ୍ କରିନାହାନ୍ତି ତେବେ ଆପଣଙ୍କ ପାଇଁ ଆମେ ଏକ ଖୁସି ଖବର ନେଇଆସିଛୁ । ବିମାନ କମ୍ପାନୀ GoFirst ଆପଣଙ୍କ ପାଇଁ ଏକ ବଡ଼ ଉପହାର ନେଇ ଆସିଛି । GoFirst ତାର ସ୍ୱତନ୍ତ୍ର ବାର୍ଷିକୀ ଉପଲକ୍ଷେ ଯାତ୍ରୀମାନଙ୍କ ପାଇଁ ମାଗଣାରେ ବିମାନରେ ବୁଲିବାର ସୁଯୋଗ ଆଣିଛି ।

ବିମାନ କମ୍ପାନୀ GoFirst ତାର ୧୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ GoFirst ସେମାନଙ୍କ ଯାତ୍ରୀଙ୍କ ପାଇଁ ଦୁଇଟି ବିଶେଷ ଅଫର ଆଣିଛି । ଯାହାଦ୍ୱାରା ଯାତ୍ରୀମାନେ ଅନ୍ୟକିଛି ସୁବିଧା ପାଇବା ସହ ବିମାନ ଯାତ୍ରାର ମଧ୍ୟ ଲାଭ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଅଫର ସମ୍ପର୍କରେ ।

GoFirst ଏହାର ୧୭ ବର୍ଷ ପୂର୍ତ୍ତି ଅବସରରେ ୧୭ ବର୍ଷ ବୟସ୍କ ଯାତ୍ରୀଙ୍କୁ ମାଗଣା ବିମାନ ଟିକେଟ ଦେଉଛି । ଏହି ଅଫର କେବଳ ନଭେମ୍ବର ୪, ୨୦୨୩ ପର୍ଯ୍ୟନ୍ତ ବୈଧ ରହିଛି । ଏଥିପାଇଁ ଯାତ୍ରୀମାନେ୧୭ ବର୍ଷରୁ ଅଧିକ ଏବଂ ଡିସେମ୍ବର ୧, ୨୦୨୨ ସୁଦ୍ଧା ୧୮ ବର୍ଷରୁ କମ୍ ହେବା ଆବଶ୍ୟକ । ଯାତ୍ରୀମାନେ ଯାତ୍ରା କରିବାକୁ ହେଲେ ସେମାନଙ୍କର ପରିଚୟପତ୍ର ଦେବାକୁ ହେବ । ଆଧାର ଓ ପାସପୋର୍ଟ ପରି ପରିଚୟପତ୍ର ଦେବେ ।

ଯଦି ଆପଣ ‘ଫ୍ଲାଏ ଫର୍ ଫ୍ରି’ ଅଫରର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ GoFirst ୱେବସାଇଟକୁ ଯିବାକୁ ପଡ଼ିବ । ସେଠାରେ ବୁକିଂ ପରିଚାଳନା ବିଭାଗରେ ସମସ୍ତ ତଥ୍ୟ ପ୍ରଦାନ କରିବେ । ଫ୍ରି ଭାଉଚର୍ ପାଇଁ ଆପଣ Get Voucher ଉପରେ କ୍ଲିକ୍ କରିବେ ।

ପରେ ସେଠାରେ ଅଧାର କାର୍ଡ, ପାନ କାର୍ଡ କିମ୍ୱା ପାସପୋର୍ଟ ଅପଲୋଡ୍‌ କରିବାକୁ ଅପସନ୍‌ ଆସିବ । ସେଠାରେ ଆପଣ ଆପଣଙ୍କ ପରିଚୟପତ୍ର ଗୁଡ଼ିକୁ ଅପଲୋଡ୍‌ କରିବେ । ଆପଣଙ୍କ ସମସ୍ତ ତଥ୍ୟଗୁଡ଼ିକ ବୈଧ ହେବା ପରେ ଆପଣଙ୍କ ନିକଟକୁ ଏକ ମେଲ୍‌ ଆସିବ । ଯେଉଁଥିରେ ଆପଣଙ୍କ କନଫର୍ମ ଯାତ୍ରା ବିଷୟରେ ସୂଚନା ପାଇପାରିବେ ।

ସେହିପରି ଅନ୍ୟ ଯାତ୍ରୀମାନଙ୍କ ପାଇଁ ମଧ୍ୟ GoFirst ସ୍ୱତନ୍ତ୍ର ଅଫର ରଖିଛି । ଯାତ୍ରୀମାନଙ୍କ ଟିକେଟ୍‌ ଉପରେ ୧୭% ରିହାତି ଦେଉଛି । ହେଲେ ଏଥିପାଇଁ ଯାତ୍ରୀମାନେ ପ୍ରୋମ କୋଡ୍ GOING17କୁ ବ୍ୟବହାର କରିବାକୁ ହେବ । ଏହି ଅଫର ନଭେମ୍ୱର ୪ ୨୦୨୩ ଯାଏଁ ରହିଛି । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକମାନେ ସେମାନଙ୍କ ଯାତ୍ରାର ୧୫ ଦିନ ପୂର୍ବରୁ ବୁକ୍‌ କରିବାକୁ ହେବ ।