• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜୁନ୍‌-୧ରୁ ମହଙ୍ଗା ହେବ ଇ-ସ୍କୁଟର !

ଦିନକୁ ଦିନ ବୈଦ୍ୟୁତିକ ଯାନର ଚାହିଦା ବଢ଼ିବାରେ ଲାଗିଛି । ପେଟ୍ରୋଲ୍‌-ଡିଜେଲ ଗାଡ଼ି ଉପରୁ ମୁହଁ ଫେରାଇ ଇ-ଭେଇକିଲ୍‌ କିଣିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ସରକାର ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଇ-ଭେଇକିଲ୍‌ କିଣିବାକୁ ସ୍ୱତନ୍ତ୍ର ସବ୍‌ସିଡି ପ୍ରଦାନ କରୁଛନ୍ତି ।

ଯାହାଦ୍ୱାରା କର୍ମଚାରୀମାନେ ପେଟ୍ରୋଲ୍‌-ଡିଜେଲ ଗାଡ଼ିଗୁଡ଼ିକ ଉପରୁ ନଜର ହଟାଇ ବୈଦ୍ୟୁତିକ ଯାନ କିଣିବାକୁ ଅଧିକ ଉତ୍ସାହିତ ହେଉଛନ୍ତି । ହେଲେ ଏପରି ସମୟରେ ଆମେ ଏମିତି ଏକ ଖବର ନେଇକରି ଆସିଛୁ ଯାହା ଜାଣିଲେ ନିଶ୍ଚୟ ଆପଣ ଚିକତ ହୋଇଯିବେ । ଆସନ୍ତୁ ଜାଣିବା...

ଇଲେକ୍ଟ୍ରିକ୍‌ ସ୍କୁଟରକୁ ନେଇ ସରକାର କିଛି କଟକଣା ଜାରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି । କୁହାଯାଉଛି କି, ଇଲେକ୍ଟ୍ରିକ୍ ସ୍କୁଟରଗୁଡିକ ଉପରେ ଜୁନ୍ ୧ରୁ କିଛି କଟକଣା ଲାଗିପାରେ । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବସିଡି ହ୍ରାସ ପାଇପାରେ ।

ସୂଚନା ମୁତାବକ ଇଲେକ୍ଟ୍ରିକ୍ ଦୁଇ ଚକିଆ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକ FAME ସ୍କିମ୍ ଅଧୀନରେ ସରକାରଙ୍କ ଫାଷ୍ଟ ଆଡପ୍ସନ୍ ଅଧୀନରେ ସବସିଡି ପାଆନ୍ତି । ହେଲେ ଭାରୀ ଶିଳ୍ପ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, FAME ସ୍କିମ୍ ଅଧୀନରେ ସବସିଡି ୧୫,୦୦୦ରୁ ୧୦,୦୦୦ କିଲୋୱାଟକୁ ହ୍ରାସ କରାଯାଇଛି । ଯାହା ଫଳରେ ପୂର୍ବରୁ ମିଳୁଥିବା ସବସିଡି ଠାରୁ ବର୍ତ୍ତମାନର ସବ୍‌ସିଡି ହ୍ରାସ ପାଇଛି । ଏବେ ଏହା ୧୫ ପ୍ରତିଶତରେ ସୀମିତ ରହିଛି ବୋଲି ସୂଚନା ମଳିଛି ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଚଳିତ ମାସ ୨୪ଟି ବୈଦ୍ୟୁତିକ ଦୁଇ ଚକିଆ ଯାନ କମ୍ପାନୀ ସହ ସରକାରଙ୍କ ଆଲୋଚନା ହୋଇଛି । ଏନେଇ ସରକାରଙ୍କ ପ୍ରତିନିଧିମାନେ ଆଲୋଚନା କରିବା ସହ ଏହି ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସାଇଟି ଅଫ୍ ମ୍ୟାନୁଫାକଚର୍ସ ଅଫ୍ ଇଲେକ୍ଟ୍ରିକ୍ ଭେଇକିଲ୍ (SMEV) ପ୍ରତିକ୍ରିୟା ରଖିଛି । SMEV କୁହିଛି ଯେ, ଇଭି ଉପରୁ ହଠାତ୍ ସବସିଡି ହ୍ରାସ କରାଯିବା କମ୍ପାନୀ ଗୁଡ଼ିକ ଉପରେ ପ୍ରଭାବ ପକାଇପାରେ ।