Apple's Indian Manufacturing Dilemma: ଆପଲ୍‌ ସିଇଓଙ୍କୁ ଟ୍ରମ୍ପଙ୍କ ପରାମର୍ଶ, ଭାରତରେ...

ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ୍‌ ଉତ୍ପାଦନ କରିବାକୁ ଚାହୁଁଛି ଆପ୍‌ଲ । କିନ୍ତୁ ଆଜି ଟିମ୍‌ କୁକ୍‌ଙ୍କୁ ଭାରତରେ ଆଇଫୋନ୍‌ ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି ଟ୍ରମ୍ପ ।

Donald Trump

ପୁଣି ଦୋମୁହାଁ ନୀତି ଆପଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ-ଆମେରିକା ମଧ୍ୟରେ ଟାରିଫ୍‌କୁ ନେଇ ଏବେ ବି ଆଲୋଚନା ଜାରି ରହିଛି । ତେବେ ଏହାରି ମଧ୍ୟରେ ଭାରତକୁ ନେଇ ଏକ ବଡ଼ ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତର ବାଣିଜ୍ୟ ଉପରେ ଏବେ ଖରାପ ନଜର ପକାଇଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ ଆପଲ୍‌ର ସିଇଓ ଟିମ୍‌ କୁକ୍‌ଙ୍କୁ ଭାରତରେ ଆଇଫୋନ୍‌ ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ଭାରତ ପାଇଁ ଆପ୍‌ଲର ଏକ ବଡ଼ ଯୋଜନା ରହିଛି । ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ୍‌ ଉତ୍ପାଦନ କରିବାକୁ ଚାହୁଁଛି ଆପ୍‌ଲ । କିନ୍ତୁ ଆଜି ଟିମ୍‌ କୁକ୍‌ଙ୍କୁ ଭାରତରେ ଆଇଫୋନ୍‌ ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି ଟ୍ରମ୍ପ ।

ଅଧିକ ପଢ଼ନ୍ତୁ: TRFକୁ ବାଜିବ ଜାତିସଂଘ ସୁରକ୍ଷା ପରିଷଦର ଛାଟ ! UNSCର ୧୨୬୭ ପ୍ରତିବନ୍ଧକ କମିଟିକୁ ଅବଗତ କଲା ଭାରତ

ଡୋନାଲ୍ଡ ଟ୍ରମ୍ପ ଏବେ କାତାର ଗସ୍ତରେ ଅଛନ୍ତି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କାତାରରେ ଆପଲର ସିଇଓ ଟିମ୍ କୁକଙ୍କ ସହ ଭାରତର ପ୍ଲାଣ୍ଟ ବିଷୟରେ କଥା ହୋଇଥିଲେ । ସେ କହିଥିଲେ, "ଟିମ୍ କୁକ୍ ସହିତ ମୋର ଏକ ଛୋଟ ସମସ୍ୟା ଅଛି। ସେମାନେ ଭାରତରେ ଆଇଫୋନ୍ ତିଆରି କରିବାକୁ ଚାହାଁନ୍ତି ଏବଂ ମୁଁ ତାହା ଚାହେଁ ନାହିଁ । ଆପଲ୍ କେବଳ ଆମେରିକାରେ ଏହାର ଫୋନ୍ ତିଆରି କରିବା ଉଚିତ । ଭାରତର ଜନସଂଖ୍ୟା ବିଶ୍ୱର ସର୍ବାଧିକ । କିନ୍ତୁ ଭାରତରେ କିଛି ବିକ୍ରୟ କରିବା ବହୁତ କଷ୍ଟକର ବୋଲି ଟ୍ରମ୍ପ ଆପ୍‌ଲର ସିଇଓ ଟିମ୍‌ କୁକ୍‌ଙ୍କୁ କହିଥିଲେ ।

ସୂଚନା ଅନୁସାରେ ଆପଲ୍ ଚୀନ୍‌ରେ ସର୍ବାଧିକ ଆଇଫୋନ୍ ନିର୍ମାଣ କରୁଥିଲା । କିନ୍ତୁ ଏବେ ଆପ୍‌ଲ୍ ଚୀନ୍‌ଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି । କୋଭିଡ-୧୯ ସମୟରେ ଆପଲକୁ ସବୁଠାରୁ ବଡ଼ ଧକ୍କା ଲାଗିଥିଲା । ସେ ସମୟରେ ଚୀନ୍‌ରେ ଆଇଫୋନ୍‌ ତିଆରି କରିବା ବନ୍ଦ ହୋଇଯାଇଥିଲା । ଏହା ପରେ, ଟ୍ରମ୍ପ ଚୀନ୍ ଉପରେ ଭାରୀ ଶୁଳ୍କ ମଧ୍ୟ ଲାଗୁ କରିଥିଲେ। ଜବାବରେ ଚୀନ୍ ମଧ୍ୟ ଏହା ଉପରେ ଶୁଳ୍କ ଲାଗୁ କରିଥିଲା। ଆପଲ୍ ଏହି ଶୁଳ୍କ ଯୁଦ୍ଧରେ ଫସିଗଲା ଏବଂ ଚୀନ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲା ।

ସୂଚନା ଅନୁସାରେ ବର୍ତ୍ତମାନ ଆଇଫୋନ୍‌ ଉତ୍ପାଦନରେ ଚୀନ୍‌ ପ୍ରାଧାନ୍ୟ ବିସ୍ତାର କରୁଛି । ଯଦି ଆପଲ୍ ଏହାର ଆସେମ୍ବଲି ୟୁନିଟ୍ ଭାରତକୁ ସ୍ଥାନାନ୍ତର କରେ, ତେବେ ୨୦୨୬ରୁ ପ୍ରତିବର୍ଷ ଏଠାରେ ୬ କୋଟିରୁ ଅଧିକ ଆଇଫୋନ୍ ଉତ୍ପାଦନ ହେବ। ଏହା ବର୍ତ୍ତମାନର କ୍ଷମତାର ଦୁଇଗୁଣରୁ ଅଧିକ ହେବ। ତେବେ ଯଦି ଆପଲ୍ ଭାରତରେ ଉତ୍ପାଦନ ବନ୍ଦ କରେ ତେବେ ଆଇଫୋନ୍ ମହଙ୍ଗା ହୋଇପାରେ ।

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି ସୁନା ଦର; ଆଜି କେତେ କମିଲା ଜାଣନ୍ତୁ...