• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲି ହୋଲି । କେତେକ ସ୍ଥାନରେ ଆଜି ମଧ୍ୟ ହୋଲି ପାଳିତ ହୋଇଯାଇଛି । ତେବେ ସ୍ୱାସ୍ଥ୍ୟକୁ ନେଇ ସଚେତନ ଯୁବପିଢ଼ିଙ୍କ ପାଖରେ ଫିକା ପଡ଼ିନି ହୋଲି ସେଲିବ୍ରେସନ୍ । ଏହି ଅବସରରେ ନଡ଼ିଆ ତେଲର ବିକ୍ରି ବଢ଼ିଥିବା ଏହି କଥାକୁ ସୂଚାଇ ଦେଉଛି । ବର୍ତ୍ତମାନର ରଙ୍ଗରେ ରାସାୟନିକ ପଦାର୍ଥର ମିଶ୍ରଣ ବଢ଼ିଯାଇଛି । ଏଣୁ ପ୍ରାୟ ସମସ୍ତେ ବର୍ତ୍ତମାନ ହର୍ବାଲ ଉପାୟରେ ହୋଲି ଖେଳିବାରେ ଗୁରୁତ୍ୱ ଦେଉଛନ୍ତି ।

ରାସାୟନିକ ପଦାର୍ଥର ମିଶ୍ରଣ ଫଳରେ ଚୁଟି ଝଡ଼ିବା ସହ ବିଭିନ୍ନ ପ୍ରକାରର ଚର୍ମ ରୋଗ ମଧ୍ୟ ହେଉଛି । ଅନ୍ୟପଟେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟ କେହି ବାହାରକୁ ଯାଇ ଜିନିଷ କିଣିବାକୁ ପସନ୍ଦ କରୁ ନାହାଁନ୍ତି । ସମସ୍ତେ ବର୍ତ୍ତମାନ ଅନଲାଇନ ଡେଲିଭରୀ ଉପରେ ନିର୍ଭରଶୀଳ । ଘରେ ବସି ଫୋନ ଜରିଆରେ ଅର୍ଡର ଦେଲେ ଜିନିଷ ଆସି ଘରେ ପହଞ୍ଚି ଯାଉଛି ।

ଏପରି ଅବସ୍ଥାରେ ନଡ଼ିଆ ତେଲ ସର୍ବାଧିକ ବିକ୍ରି ହୋଇଛି । ଏନେଇ ବ୍ଲିଙ୍କିଟ୍ ସିଇଓ X ରେ ପୋଷ୍ଟ କରିଛନ୍ତି । କମ୍ପାନୀ ପ୍ରତି ମିନିଟରେ ଏହାର ସର୍ବାଧିକ ଅର୍ଡର ହାସଲ କରିଛି ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ହୋଲି ପୂର୍ବରୁ ନଡ଼ିଆ ତେଲର ବିକ୍ରି ଆକାଶଛୁଆଁ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ବକାଳୀନ ସର୍ବାଧିକ ଅର୍ଡର ରେକର୍ଡ (ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ) ଭାଙ୍ଗିବାକୁ ଅଗ୍ରସର ହେଉଛୁ । ହୋଲିରେ ହିଁ ପ୍ରକୃତ ଖୁସି ମିଳେ ବୋଲି ସେ କହିଛନ୍ତି ।

ଅନ୍ୟ ଏକ ପୋଷ୍ଟରେ, ସେ ହୋଲିରେ ନଡ଼ିଆ ତେଲ ବିକ୍ରି ସହ ଗୋଟେ ରବିବାରରେ ବିକ୍ରି ହୋଇଥିବା ନଡ଼ିଆ ତେଲ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଉକ୍ତ ଗ୍ରାଫରେ ମାର୍ଚ୍ଚ ୧୭ ବନାମ ମାର୍ଚ୍ଚ ୨୪ ରେ ବ୍ଲିଙ୍କିଟ୍ ମାଧ୍ୟମରେ ଘଣ୍ଟା ପ୍ରତି ଅର୍ଡର ହୋଇଥିବା ନଡ଼ିଆ ତେଲର ଗ୍ରାଫ ଦର୍ଶାଯାଇଛି ।

ଉକ୍ତ ପୋଷ୍ଟରେ ଅନେକ ନିଜର ମତାମତ ମଧ୍ୟ ଦେଇଛନ୍ତି । ଜଣେ ବ୍ୟକ୍ତି ହୋଲି ପାଇଁ ଏପରି ବିକ୍ରି ବଢ଼ିଛି ବୋଲି ପୋଷ୍ଟ କରିଛନ୍ତି । ଅନ୍ୟ ଜଣେ ନଡିଆ ତେଲ ସହିତ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ରଙ୍ଗ୍ ସେ ବଚନେ କେ ଲିଏ ତେଲ୍ କା ଅର୍ଡର କିୟା ଯା ରାହା ହୈ ।