Advertisment

Gold ATM in China: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା

ସୁନା ଏଟିଏମ୍‌ ସେନେଜେନ୍‌ର କିଙ୍ଗହୁଡ୍‌ ଗ୍ରୁପ୍‌ ପକ୍ଷରୁ ନିର୍ମାଣ କରାଯାଇଛି । ଚୀନର ପ୍ରାୟ ୧୦୦ ସହରରେ ଏଭଳି ଏଟିଏମ୍‌ ସ୍ଥାପନ କରାଯାଇଛି । ଏହାର ବହୁଳ ବ୍ୟବହାରକୁ ଦେଖି ସାଂଘାଇ ସହରରେ ଏଭଳି ଆଉ ଏକ ଏଟିଏମ୍‌ ସ୍ଥାପନ ଯୋଜନା ହେଉଛି ।

ଅଦ୍ୟତନ ହୋଇଛି
Gold ATM In China

Gold ATM

Advertisment

ବୋଲ ମାନୁନି ସୁନା ଦର । ରାତି ପାହିଲେ ନୂଆ ଦର ଦେଖି ଛାନିଆ ହେଉଛନ୍ତି ଗ୍ରାହକ । ଏଭଳି ସ୍ଥିତିରେ ଚୀନର ସାଂଘାଇ ସହରର ଏକ ବଡ଼ ମଲ୍‌ରେ ଭିଡ଼ ଜମାଉଛନ୍ତି ଗ୍ରାହକ । କାରଣ ଏହି ମଲ୍‌ରେ ସ୍ଥାପନ ହୋଇଥିବା ସୁନା ଏଟିଏମ୍ ଗ୍ରାହକଙ୍କ ପାଇଁ ପାରମ୍ପରିକ ଗହଣା ଦୋକାନର ବିକଳ୍ପ ହୋଇ ପାରିଛି । ସୁନା ବିକ୍ରୟ କରିବା ସମୟରେ ହେଉଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଚୀନରେ ସ୍ଥାପନ ହୋଇଛି ସୁନା ଏଟିଏମ୍ । 

Advertisment

 ସୁନା ୧୨୦୦ ଡିଗ୍ରି ସେଣ୍ଟିଗ୍ରେଡ୍ ତାପମାତ୍ରାରେ ତରଳିଥାଏ । ଫଳରେ ଏହା ମାଧ୍ୟମରେ ସୁନାର ରିଅଲ୍‌ ଟାଇମ୍‌ ଶୁଦ୍ଧତା ଯାଞ୍ଚ କରାଯାଇ ପାରୁଛି। ଏଥିସହିତ ସୁନାର ତତ୍‌କ୍ଷଣାତ୍‌ ମୂଲ୍ୟ ବା ଲାଇଭ ପ୍ରାଇସ୍‌ ଜାଣି ହେଉଛି । ସାଂଘାଇର ଗ୍ଲୋବାଲ୍ ହାର୍ବର ସପିଂ ମଲ୍‌ରେ ଅବସ୍ଥାପିତ ହୋଇଥିବା ଏହି ନୂତନ ସୁନା ଏଟିଏମ୍ ନିକଟରେ ଗ୍ରାହକମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ।

ଏଥିରେ ସୁନା ଜମା କରିବା ପରେ ବିନା ସମସ୍ୟାରେ ସୁନା ବାବଦରେ ଅର୍ଥ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇପାରୁଛି । ଏଟିଏମ୍ ପ୍ରଥମେ ସୁନାର ଓଜନ ଏବଂ ଶୁଦ୍ଧତା ମାପିବା ପରେ ସାଂଘାଇ ଗୋଲ୍‌ଡ ଏକ୍ସଚେଞ୍ଜର ଲାଇଭ ଦର ଅନୁସାରେ ଦର ଆକଳନ କରୁଛି । ସର୍ଭିସ ଚାର୍ଜ ବାବଦରେ କିଛି ଟଙ୍କା କାଟିବା ପରେ ବଳକା ଟଙ୍କା ସୁନା ଜମା କରୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ପଠାଇ ଦେଉଛି ଏହି ଏଟିଏମ୍ ।

Advertisment

ଏହି ଏଟିଏମ୍‌ର ଭିଡିଓ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଜଣେ ବ୍ୟକ୍ତି ଏହା ଉପରେ ଏକ୍ସରେ ପ୍ରତିକ୍ରିୟା ରଖି କହିଛନ୍ତି, 'ଭାରତରେ ଶୀଘ୍ର ଏହି ଏଟିଏମ୍‌ ଆମେ ଦେଖିବୁ । ଅନ୍ୟ ଜଣେ ବ୍ୟବହାରକାରୀ ଏହା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଲେଖିଛନ୍ତି ଭାରତ ପାଇଁ ଏକ ମହାନ ଉତ୍ପାଦ । କିନ୍ତୁ ଚେନ୍‌ ଲୁଟେରାଙ୍କ ଆନନ୍ଦ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହି ସୁନା ଏଟିଏମ୍‌ ମେସିନ୍ ସେନେଜେନ୍‌ର କିଙ୍ଗହୁଡ୍‌ ଗ୍ରୁପ୍‌ ପକ୍ଷରୁ ନିର୍ମାଣ କରାଯାଇଛି । ସୂଚନାଯୋଗ୍ୟ ଚୀନର ପ୍ରାୟ ୧୦୦ ସହରରେ ଏଭଳି ଏଟିଏମ୍‌ ସ୍ଥାପନ କରାଯାଇଛି । ଏହାର ବହୁଳ ବ୍ୟବହାରକୁ ଦେଖି ସାଂଘାଇ ସହରରେ ଏଭଳି ଆଉ ଏକ ଏଟିଏମ୍‌ ସ୍ଥାପନ ଯୋଜନା ହେଉଛି ।

Advertisment

ଭାରତର ହାଇଦ୍ରାବାଦରେ ଏକ ସୁନା ଏଟିଏମ୍‌ ରହିଛି । ଯାହା ମାଧ୍ୟମରେ ଲୋକମାନେ ଡେବିଟ୍ ଓ କ୍ରେଡିଟ୍‌ କାର୍ଡ ଜରିଆରେ ସୁନା କିଣିବାର ସୁଯୋଗ ପାଉଛନ୍ତି। ଏହି ଏଟିଏମ୍‌ରେ ୫ କିଗ୍ରା ସୁନା ରହିବା କ୍ଷମତା ରହିଛି ।

ଅଧିକ ପଢ଼ନ୍ତୁ: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

China Gold Price Substandard Gold Sale Business News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ